STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ମନର କଥା

ମନର କଥା

1 min
139


ଏଇ ମନେ ଅଛି  ପାପ ପୁଣ୍ୟ ଚିନ୍ତା

     ଅଛି ଲହୁ ଅଛି ଲୁହ

ମନର ଭାବନା ସାକାର ହୋଇଲେ

  ଦୁଃଖ ସୁଖ ଆସେ କୋହ।


ଯେତେ ଶାସ୍ତ୍ର ତୁହି ପଢ଼ ବାଇଧର

    ଜ୍ଞାନୀ ଗଣରେ ତୁ ଗଣା

ମନକୁ ଆୟତ୍ତ  କରି ନପାରିଲେ

   ବୁଦ୍ଧି ହୋଇଯିବ ବଣା।


ଏଇ ମନ କେତେ ରଙ୍ଗେ ରଙ୍ଗାୟିତ

     ଏଠିସେଠି ସର୍ବସ୍ଥାନେ

ଧନ ଯଉବନ   ପଛରେ ଗୋଡ଼ାଏ

  ଶେଷ ହୋଇଯାଏ ଶୂନ୍ୟେ।


କାଳିଆ ପାଖରେ  ଶରଣ ପଶିଲେ

   ଦୁଇ ହାତ ଟେକି ଦେଇ

ସେଇ ପ୍ରଭୁ ନିଶ୍ଚେ  ଉଦ୍ଧାର କରିବେ

    କରୁଣାର ନାମ ନେଇ।


ଶେଷ ଗତି ସିଏ  ପ୍ରତିଟି ମୁହୂର୍ତ୍ତେ

    ଏକଥା ଭୂଲିବ ନାହିଁ

ଜଗତର ନାଥ   ବଳିଆର ଭୁଜ

    ଅଛନ୍ତି ଉଦ୍ଧାର ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action