STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ସମୟର ସୁଅ

ସମୟର ସୁଅ

1 min
172


ସମୟର ସୁଅ    ବହିତ ଯାଉଛି

        କ୍ଷଣ କ୍ଷଣ ପ୍ରତିକ୍ଷଣ

ସମୟକୁ ଜଗି    କାମ କରୁଥିଲେ

        ହେବା ନିଶ୍ଚେ ଭାଗ୍ୟବାନ।


ଠିକଣା ବେଳରେ   ପାଠଶାଳା ଗଲେ

         ଗୁରୁଜୀ ହୋଇବେ ଖୁସି

ଆଜି କାମ ଆଜି    ସାରି ଦେଉଥିଲେ

         ସମୟ ବଳିବ ବେଶି।


ସମୟକୁ ଆମେ    ବାନ୍ଧି ରଖି ଅଛୁ

         ସେକେଣ୍ଡ ମିନିଟ କଣ୍ଟା

ଷାଠିଏ ସେକେଣ୍ଡ    ଗୋଟିଏ ମିନିଟ

         ଷାଠିଏରେ ଏକ ଘଣ୍ଟା।


ଘଣ୍ଟା ଘଣ୍ଟା ବିତି      ଚବିଶ ଘଣ୍ଟାରେ

         ବିତି ଯାଏ ଏକ ଦିନ

ତିରିଶ ଦିନରେ      ମାସ ଟିଏ ଯାଏ

         ବାର ମାସେ ବର୍ଷେ ଜାଣ।


ଏଇ ମିତି ପରା      ସମୟ ଵହଇ

          ମନେ ରଖ ଶିଶୁ ଗଣ

ନିୟମରେ ବାନ୍ଧି     ବିତାଇ ପାରିଲେ

          ଅର୍ଜିବ ଯଶ ସୁନାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action