ଭାଇ ଭଉଣୀ
ଭାଇ ଭଉଣୀ
ଭାଈ ଭଉଣୀ କହ କାହାଣୀ
ଆମେ ଦୁହେଁ ପରିବାର ସୁନା ଗଉଣୀ
ଫୁଲ ପରି ଆମ ଜୀବନ ସାରଣୀ
ପାଠ ପଢି ହେବୁ ମଉଡମଣି
ତୁଳସୀ ଦୁଇପତ୍ରରୁ ସୁବାସ ବୁଣି
ଆମେ ଆଣିଦେବୁ ପରସ ମଣି
ଦେଶ ମାତୃକା କୁ କରି ସୁନା ଛାଉଣୀ
ବିଜୟର ବାର୍ତ୍ତା ଗାଇବୁ ପୁଣି
ରାଗ ଋଷା ଅଭିମାନ ସବୁକୁ ପଠାଇ ମଶାଣୀ
ବିତରିବୁ ବାସ ହୋଇକି ଗୁଣୀ
ସମ୍ମାନ ସଦଭାବନା ଚାଲୁଣି
ରଖିବୁନି ଭେଦଭାବ ହୋଇ ସିଆଣୀ
ପୁଅ ଝିଅ ସଭିଏଁ ପାଠ ପଢ଼ିବୁ ପୁଣି
ଯେତେବେଳେ ଯାହା କାମ ସାରି ତତ୍କ୍ଷଣୀ
ସାଥୀ ହୋଇ ସ୍ନେହ ମମତାର ମଞ୍ଜି ଯିବୁ ବୁଣି ।
