STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ମୋତେ ଭଲ ଲାଗେ

ମୋତେ ଭଲ ଲାଗେ

1 min
161


ମୋତେ ଭଲ ଲାଗେ

ମୋ ଗାଆଁ ମାଟି ସରଳ ଜନତା

ଝାଟି ଝପଟିର ଘର ନଡ଼ିଆ ବଗିଚା

ଲଙ୍ଗଳା ପିଲାଙ୍କ ଦାଣ୍ଡ ମଝିରେ

ଖେଳୁ ଥିବା ଧୂଳି ଓ ବାଲି ଘର।


ମୋତେ ଭଲ ଲାଗେ

ମୋ ଗାଆଁ ପୋଖରୀ କାଜୁବଣ ଆମ୍ବତୋଟା

ତାଳ ଗଛେ ଝୁଲୁଥିବା ବାଇ ଚଢେଇର ବସା।


  ମୋତେ ଭଲ ଲାଗେ

  ଚଷା ପୁଅ ଶଗଡ଼ିଆ ଗୀତ

  ପ୍ରବାସୀ ପୁଅକୁ ତା ମାଆ

  ବାହୁନିବାର କ୍ରନ୍ଦନ ସ୍ବର

   ଭାଇଚାରା ବନ୍ଧୁ ପ୍ରୀତି ବଡ ଆପଣାର।


    ମୋତେ ଭଲ ଲାଗେ

    ବରଷାରେ ଭିଜି ଭିଜି

    ଗାଆଁ ଦାଣ୍ଡେ କାଗଜର ଡଙ୍ଗା

        ଭସାଇବାରେ

      ନିଘା ନାହିଁ ଶରୀରକୁ

      ଅବା ଯାହା କିଛି ହେଉ।


 ଆଜିର ଏହି ଯନ୍ତ୍ର ଦୁନିଆରେ

ଏସବୁ ହେଲାଣି ସାତପର

ଗାଆଁ ତ ରହିଛି ଅତୀତ ହଜିଛି

ପ୍ରବାସରେ ମନେ ପଡେ ଗୋଟି ଗୋଟି ହୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action