STORYMIRROR

Salila Sarangi

Action

3  

Salila Sarangi

Action

ଅକୁହା କଥା

ଅକୁହା କଥା

1 min
135


ନିଶଵଦ ଏହି ନିରବ ମୁହୂର୍ତ୍ତ

ମନେ ଅହେତୁକ ବ୍ୟଥା

ଭାବିଲି ଦି ଧାଡ଼ି ଲେଖିଦେଵି ବୋଲି

ମନର ଅକୁହା କଥା।୧।


ହା ହୁତାସମୟ ଜୀବନ ଆକାଶେ

ଘୋଟିଆସେ ଅନ୍ଧକାର

ପଣତ କାନିଟା ଆଖି ଲୁହେ ଭିଜେ

ହୋଇ ଓଦା ସରସର।୨।


ଅଧୁରା କାହାଣୀ ଅଧା ଲେଖା ହୋଇ

 ରହିଯିବ ତୁମ ବିନା

ଅୟୁତ ସପନ ଵତୁରି ଗଲାଣି

ଵୃଥା ସବୁ କଳପନା।୩।


ଛାଇ ଆଲୁଅର ଲୁଚକାଳି ଖେଳେ

ଖୋଜେ ସେ ଅଭୁଲା ଦିନ

ଭାଵ ସମଦ୍ରର ଗଭୀର ଜଳରେ

ଉବୁଟୁବୁ ଦୁଇ ମନ।୪।


ନିଵିଡତା ଭରା ଅତୁଟ ଵନ୍ଧନ

ଆପେ ହୋଇ ଗଲା ବାନ୍ଧି

ପ୍ରଣୟ ଡୋରିରେ ଦୁଇଟି ଜୀବନ

ପରସ୍ପର ଛନ୍ଦାଛନ୍ଦି।୫।


ପ୍ରତିଶ୍ରୁତିର ସେ ଲକ୍ଷ୍ମଣ ରେଖାକୁ

ଥରେ ଡେଇଁ ଗଲା ପରେ

ସମ୍ପର୍କର ସେହି ଅମୂଲ୍ୟ ମୋତିଟି

ହଜିଗଲା କେଉଁଠାରେ।୬।


ସପନ ଦେଖାଇ ରହିଲ ଦୂରେଇ

କେତେ ଯେ କରି ବାହାନା

ଅମଡା ବାଟରେ କିପରି ଚାଲିବି

କୁହ ସାଥି ତୁମ ବିନା।୭।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action