Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance

5.0  

ବି. ନିରୁପମା

Romance

ଦେଖାହେବେ ପାଶେ ଆସି

ଦେଖାହେବେ ପାଶେ ଆସି

1 min
167



ଆଜି ମନ ତା'ର ହରଷ ଅତି,

ମୁରୁଜ ପକାଏ ମଉନାବତୀ ।

ଭାଉଜଙ୍କ ଘରୁ ଆସିବେ ଜଣେ,

ଯାହାଙ୍କୁ ସେ ଭାରି ନିଜର ମଣେ ।

ତାଙ୍କ ଲାଗି ସଜ ଏତେ....

ଛଅ ତିଅଣକୁ ନଅ ଭଜା ଆଉ

ପିଠା,ମିଠା-କ୍ଷୀରି ଯେତେ ।


ହିସାବରେ ସିଏ ଭାଇଙ୍କ ଶଳା ,

ରଙ୍ଗଟି ତାଙ୍କର ଚିକ୍କଣ କଳା ।

ଭାରି ଶାନ୍ତଶିଷ୍ଟ ପିଲାଟି ସେହି ,

ପଢ଼ିଛନ୍ତି ପାଠ ସହରେ ରହି ।

ହୋଇଛନ୍ତି ଅଫିସର....

ପାଉଛନ୍ତି ମୋଟା ଅଙ୍କର ଦରମା

ଅଛି ତାଙ୍କ କୋଠାଘର ।


ଭାଉଜ ସେଦିନ କହିଲେ ଖୋଲି,

'ଘରଲୋକ ମନ-ମିନୁଠି ବୋଲି ।

ଭାଇର ଏସନ ଫିଟିଛି ପାଞ୍ଜି,

ବାହା ହେବାକୁ ସେ ହୋଇଛି ରାଜି ।

ମିନୁ ତ ଆମର 'ପରୀ'.....

ରୂପ,ଗୁଣ ଆଉ ପାଠଶାଠରେ ଯେ

ହେବେ ସିଏ ଭାଇ ସରି ।'


ଏତେ ଆୟୋଜନ ସେଇଥିପାଇଁ ,

ଘରଲୋକ ସବୁ ଅଛନ୍ତି ଚାହିଁ ।

ଚରଚାରେ ଯେହ୍ନେ ନ ହେବ ହେଳା,

କରିଛନ୍ତି ସବୁ ବ୍ୟବସ୍ଥା ପରା ।

ମଉନାବତୀ ବି ଖୁସି....

ଏତେଦିନ ପରେ ମନର ମଣିଷ

ଦେଖାହେବେ ପାଶେ ଆସି ।


Rate this content
Log in

Similar oriya poem from Romance