ଗଛଟେ ଦିଅ ଲଗାଇ
ଗଛଟେ ଦିଅ ଲଗାଇ
ମଞ୍ଜିଟିଏ ନେଇ ଭୂଇଁ ରେ ପୋତିଲେ
ହେବ ସିଏ ଦିନେ ବୃୃକ୍ଷ
ତା'ର ଯତ୍ନ ନେଇ ପାଳିଲେ ତାହାକୁୁ
ଫେଡିବ ସେ ଆମ ଦୁୁଃଖ ।
ସନ୍ତାନଟେ ପରି ପାଳିଲେ ତାହାକୁ
କେତେ ଫୁଲ ଫଳ ଦେବ
ଶୀତଳ ପବନ ଦେବ ସେ ଆମକୁ
ଅମ୍ଳଜାନ ଯୋଗାଇବ ।
ଘର ଆଗ ପଛ ଲଗାଇଲେ ଗଛ
ଘରକୁ ହୋଇବ ଛାଇ
ଖରା ଦିିନ ତାତି ବାଧିବନି ଜମା
କଷ୍ଟ ଜମା ହେବ ନାହିଁ ।
ଗଛଟିିିଏ ପୋତିି ତାର ଯତ୍ନ ନେଲେ
ଜୀବନ ସାରା ସେ ପୋଷିବ
ଛାଇ ତଳେ ତାର ଆଶ୍ରୟ ନେବ
ଫଳ ଆନନ୍ଦରେ ଖାଇବ ।
ଗଛ ଫୁୁୁଲଫଳ ଡାଳ ସବୁ କିିିଛି
ଆମ ବ୍ୟବହାରେ ଲାଗୁୁଛି
ଜୀବନର ସଞ୍ଜ ନଇଁଗଲା ପରେ
ତା' କାଠରେ ଜୁଇ ଜଳୁୁଛି ।
ସେଥିପାଇଁ ବନ୍ଧୁ ମଞ୍ଜିଟିିିଏ ପୋତି
ଗଛଟିିିଏ ଦିଅ ଲଗାଇ
ସବୁ ଦୁୁଃଖ ତୁମେ ଭୁଲିଯିିିବ ଯେବେ
ଦେବ ସେ ତୁମକୁ ଛାଇ ।
ମମତା ମଞ୍ଜରୀ ଦାସ
କଟକ