Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Others Children

4.0  

Gyanendriya Dash

Inspirational Others Children

କନ୍ୟାରତ୍ନ

କନ୍ୟାରତ୍ନ

1 min
178



ବିଜି ଡେଜି ଦୁଇ ଦୁହିତା, ଆମ ହୃଦ ସ୍ପନ୍ଦନ,

ଅନ୍ଧର ଲଉଡ଼ି ସତେ କି, ପିତୃମାତୃ ଜୀବନ ।

ଗେଲ ବସରରେ କରିଛୁ, ଆମେ ଛୋଟରୁ ବଡ଼,

କଣ୍ଟା ଗଡ଼ିବାକୁ ଦେଇନୁ, ପାଖ ମାଡ଼ିନି ଝଡ଼ ।

ନୟନ ପିତୁଳା ଦୁଇଟି, ଦରିଦ୍ରର ପସରା,

ଶିକ୍ଷା ଦୀକ୍ଷା ସ୍ନେହ ମମତା, ସବୁ ଦେଇଛୁ ପରା ।

ହିନ୍ଦୁ ସଂସ୍କୃତିରେ ଗଢିଛୁ, ତୁମ ଜୀବନ ଶୈଳୀ,

ଅଭାବର ଅନୁଭବଟି, ଦୂରେ ଦେଇଛୁ ଠେଲି ।

ଜୀବନ ମୁଦ୍ରାର ଧନ ରେ, ତୁମେ ଦୁଇଟି ପାର୍ଶ୍ଵ,

ଅଲିଅଳି କନ୍ୟାରତ୍ନ ଗୋ, କଷ୍ଟ କରିନି ସ୍ପର୍ଶ ।

କରୁଥିବ ସଦା ସର୍ବଦା, ଦେଶ ଜାତିର କାମ,

ପର ଉପକାର ବ୍ରତରେ, ରଖି ନିଜର ନାମ ।

ଅନ୍ୟାୟ, ଦୁର୍ନୀତି ଠାରୁ ଯେ, ସଦା ରହିଣ ଦୂରେ,

କାର୍ଯ୍ୟ କରୁଥିବ ଉତ୍ତମ, ନିଜ ଚଲା ପଥରେ ।

ବିଜୟର ସ୍ୱାଦ ଚାଖିଣ, ହେବଟି ବିଜୟିତା,

ସଚ୍ଚରିତ୍ର କରି ସାଥି ଯେ, ସର୍ବଦା ସୁଚରିତା ।

ନାମକୁ କରିଣ ସାର୍ଥକ, ରଖ ନିଜର ଟେକ,

ସୁପଥେ ମିଳଇ ନିଶ୍ଚିତ, ସୁଖ ଜୀବନ ଯାକ ।

କନ୍ୟା ଦିବସରେ ଆଜି ମୁଁ, ଦେଲି ଯେଉଁ ବାରତା,

ତୁମପାଇଁ ଆମେ ଗରବେ, ଟେକି ଚାଲିବୁ ମଥା ।

     

   


Rate this content
Log in

Similar oriya poem from Inspirational