Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Inspirational Children

3  

Kshitish Jena

Abstract Inspirational Children

ପ୍ରଣାମ ବାପୁଜୀ

ପ୍ରଣାମ ବାପୁଜୀ

1 min
142



ଅକ୍ଟୋବର ଦୁଇ ତାରିଖ ଆଜି

ବହୁ ସ୍ଥାନେ ହୁଏ ଉତ୍ସବ ଭୋଜି

ମହାତ୍ମା ଗାନ୍ଧୀଙ୍କ ଜନମ ଦିନ

ଭକ୍ତିରେ କରିବା ଆମେ ପାଳନ ।


ସତ୍ୟ ଅହିଂସାର ପ୍ରତୀକ ସିଏ

ଦେଶ ମାତୃକାର ସୁପୁତ୍ରଟିଏ

ତାଙ୍କ ନେତୃତ୍ବରେ ଭାରତବାସୀ

ଦେଶକୁ ସ୍ଵାଧୀନ କରିଲେ ମିଶି ।


କରନ୍ତି ଅନ୍ୟାୟ ମିଥ୍ୟା ବାରଣ

ସମୟାନୁବର୍ତ୍ତୀ ଗାନ୍ଧିଜୀ ଜାଣ

କହିବା ଆଗରୁ କରି ଦେଖାନ୍ତି

ହାତ କାମ ଶିଖ ସେ ପ୍ରବର୍ତ୍ତା'ନ୍ତି ।


ସଭିଙ୍କୁ କରନ୍ତି ବାପୁ ଆଦର

କରନ୍ତି ଜିନିଷ ସୁବ୍ୟବହାର

ବଞ୍ଚିବା ଶୈଳୀ ଯେ ସାଧାରଣ

ମନଛୁଆଁ ପରା ତାଙ୍କ ଭାଷଣ ।


ସିଏ ଚାହୁଁଥିଲେ ସ୍ୱଚ୍ଛ ଭାରତ

ଆଖପାଖ ସ୍ୱଚ୍ଛ ରଖିବା ନିତ୍ୟ

ମନରେ ରଖିବା ତାଙ୍କରି ବାଣୀ

ତାଙ୍କ ପରି ପିଲେ ହୁଅରେ ଗୁଣୀ ।


ମାନବ ସେବା ହିଁ ମାଧବ ସେବା

ତାଙ୍କ ଏହି ଧାଡ଼ି ମନେ ରଖିବା

ଈଶ୍ଵର ବିଶ୍ୱାସୀ ଗାନ୍ଧିଜୀ ଭାରି

ଜାତିର ଜନକ ସିଏ ଆମରି ।


ପିଲାମାନେ ଧୂପ ପ୍ରଦୀପ ଜାଳି

ଶିକ୍ଷାନୁଷ୍ଠାନରେ ପୂଜିବେ ମିଳି

ପୁଷ୍ପମାଲ୍ୟ ଫଟେ କରି ଅର୍ପଣ

କହିବା ବାପୁଜୀ ପ୍ରଣତି ଘେନ ।

     

    



Rate this content
Log in

Similar oriya poem from Abstract