ହାପି ଭାଲେଣ୍ଟାଇନ୍ ଡେ
ହାପି ଭାଲେଣ୍ଟାଇନ୍ ଡେ
ମୁଁ ତୁମକୁ ଭଲପାଏ
ଗଭୀର ଭାବରେ
ଅଛ ହୃଦୟରେ
ଅଛବି ମନରେ
ଥିବ ମୋର ପାଖେ ପାଖେ
ଜୀବନର ଶେଷଯାଏଁ
ତୁମେ ଦୂରତାରେ ଥିଲେ
ଲାଗେ ସତେ ଫାଙ୍କା ଫାଙ୍କା
ଆଖିରେ ନାଚିଉଠେ ତୁମ ଛବି
ଶୁଭେସତେ ମୋ ପ୍ରତି ତୁମର ସେ
ପ୍ରେମଭରା ତୁମ ଡାକ
ଆଜି 'ଭାଲେଣ୍ଟାଇନ୍ ଡ଼େ'ରେ ତୁମେ ଅଛ
ମୁଁ ଅଛି, ଆମର ପ୍ରେମର ପ୍ରତୀକ
କୁନି ଝିଅ ଭବ୍ୟା ଅଛି
ସବୁଥାଇ କିନ୍ତୁ ଲାଗେ ଏକା ଏକା
କାରଣ କେହି ପାଖେ ନାହଁ
ଏହି ମନ ଦୁହିଁଙ୍କୁ ଖୋଜୁଛି
ପ୍ରତି ଖବରକାଗଜର ପୃଷ୍ଠାରେ
ମୋବାଇଲ୍କୁ ଖୋଲିଦେଲେ
ସବୁଠି ଉଙ୍କିମାରେ ପ୍ରେମ ଦିବସର
ଛବି ସଙ୍କେତ
ଦେଖାଯାଏ ପାର୍କରେ ବୁଲୁଥିବା
ପ୍ରେମୀଯୁଗଳମାନେ
ଧରିଥା'ନ୍ତି ପରସ୍ପର ହାତ
ସତେଅବା ସୂଚାଏ ପରସ୍ପର
ଜନ୍ମ ଜନ୍ମାନ୍ତର ସାଥୀ
ଉଭୟଙ୍କ ମନେ ଥାଏ
ପ୍ରେମ ପରସ୍ପର ପ୍ରତି
ଆଜି ମୁଁ ପ୍ରେମ ଦିବସରେ
ଥିଲେ ବି ଦୂରତାରେ
ଜଣାଏ ପ୍ରେମର ବାରତା
ଭଲପାଏ ଦୁହିଁଙ୍କୁ ମୁଁ
ମୋ ଅନ୍ତରରେ
ଫୁଲ ସିନା ମୁଁ ଦେଇପାରୁନାହିଁ
କହୁଛି ବାନ୍ଧବୀ ସତେ
ହାପି ଭାଲେଣ୍ଟାଇନ୍ ଡେ
ମୁଁ ହୃଦୟ ତୁମେ ସ୍ପନ୍ଦନ
କେମିତି ଭୂଲିବି ତତେ ।

