Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Action Inspirational

4  

Kshitish Jena

Abstract Action Inspirational

ଖରାଦିନ

ଖରାଦିନ

1 min
10


ଖରାଦିନରେ ଖରା ଯେ ହୁଏ  

କିନ୍ତୁ ସେ ଉପକାରୀ

ଖରା ପାଇଁକି ହୁଏ ବରଷା

ହସଇ ଚାଷୀ ଭାରି ।

ଚାଷ ଜମିଟି ଗ୍ରୀଷ୍ମ ଋତୁରେ

କୃଷକ କରେ ହଳ

ରୋଗ ଓ ପୋକ ଦୂର ହୁଅନ୍ତି 

ମାଟିରେ ପଶେ ବଳ ।

ଖରାଦିନିଆ ଗୁଳୁଗୁଳିରେ

ଆମ୍ବ ପଣସ ପାଚେ 

ଦହି ପଖାଳ ନିମ କଲରା

ପିତା ପାଟିକୁ ରୁଚେ ।

ମୁଗ ହରଡ଼ ବିରି କୋଳଥ

ଶୁଖାଇ ଯେବେ ରଖ

ବରଷ ଯାକ ରହେ କୋଠିରେ

ଲାଗେନି ଜମା ପୋକ ।

ତରଭୁଜ ଓ ତାଳସଜ ଯେ

ଖରାଦିନିଆ ଫଳ

ଖରାଦିନରେ ପାଣିପାଇଲେ

ଫସଲ ହୁଏ ଭଲ ।

ବୋଉ ଆମର ବିରିକୁ ବାଟି

ସୁନ୍ଦର ବଢ଼ି ପାରେ

ଖରାରେ ବଢ଼ି ସଅଳ ଶୁଖେ

ବୋଉ ସାଇତି ରଖେ ।

ଖରା ବରଷା ଶୀତ ସବୁରି

ସୁନ୍ଦର ଆମ ପାଇଁ

ଋତୁ ମଧ୍ୟରେ ବାଛବିଚାର

କଦାପି କରନାହିଁ ।।



Rate this content
Log in

Similar oriya poem from Abstract