STORYMIRROR

Kshitish Jena

Abstract Inspirational Children

3  

Kshitish Jena

Abstract Inspirational Children

ବୁଢ଼ୀ ମାଆ ଓ ଜେଜେ

ବୁଢ଼ୀ ମାଆ ଓ ଜେଜେ

1 min
3


ବାପାଙ୍କର ବୋଉ ବାପାଙ୍କର ବାପା

ଅଟନ୍ତି ବୁଢୀ ମା' ଜେଜେ

ବାପାବୋଉ ପରି ବୁଢ଼ୀ ମା' ଜେଜେଙ୍କୁ

ସକାଳେ ସଞ୍ଜରେ ପୂଜେ ।


ନାତିନାତୁଣୀଙ୍କୁ ନଦେଖିଲେ ତାଙ୍କ

ମନ ଅହରହ ଖୋଜେ

ସରଗର ଖୁସି ମିଳେ ସେ ଦୁହିଁଙ୍କୁ

ଡାକିଦେଲେ ମା' ଜେଜେ ।

  

ପିଲାବେଳେ ବୋଉ କାର୍ଯ୍ୟ ବ୍ୟସ୍ତ ଥିଲେ

ଜଗନ୍ତି ଆମକୁ ନିଜେ

ଶିଶୁ ଗପ ଗୀତ କହନ୍ତି ପାଖରେ

ଶୋଇବା ଯାଏଁ ମୁଁ ଶେଯେ ।

 

ଆମ ଆଖିରେ ଯେ ଲୁହ ଆସିଗଲେ

ତାଙ୍କ ଆଖି ସ୍ଵତଃ ଭିଜେ

ସିଏ ପାଖେ ଥିଲେ ସବୁ ଖୁସି ମିଳେ

ଦୁଃଖବି କୁଆଡ଼େ ହଜେ ।

       

      


Rate this content
Log in

Similar oriya poem from Abstract