ଅବିଚାର
ଅବିଚାର
ବିଚାର ଶକ୍ତିଟି ଲୋପ ପାଏ ଯାର
ଅବିଚାର କୁହାଯାଏ
ସେଇ ଅବିଚାର ଯିଏ କରିଥାଏ
ସେଇ ତ ଘୃଣିତ ହୁଏ ।
ସ୍ଥାନ କାଳ ପାତ୍ର କିଛି ସେ ଦେଖେନା
ଫଅଁ ଫଅଁ ହେଉ ଥାଏ
ଯେତେବେଳେ ଯାହା ମନକୁ ଆସଇ
ମନ ଇଚ୍ଛା ବକି ଯାଏ ।
ନ୍ୟାୟ ଅନ୍ୟାୟ ବା ସତ୍ୟ ଅସତ୍ୟକୁ
କିଛି ସିଏ ଦେଖେ ନାହିଁ
ଯାହା ମନେ ଆଘାତ ଯେତେ କଷ୍ଟ ହେଉ
ଫରକ ପଡେନା ତହିଁ ।
ସବୁ ଅଧିକାର କରଇ ଜାହିର
ଅଧର୍ମ ପଛକେ ହେଉ
ବଳ ପୂର୍ବକ ସେ ଅକ୍ତିଆରେ କରେ
ଯାହା ପଛେ ହେଇ ଯାଉ ।
ଲୋଭ ଲାଳସାର ବଶବର୍ତ୍ତୀ ହେଇ
ଅବିଚାର କରୁଥାଏ
ନିଜ ଜିଦିରେ ସେ ଅଟଳ ରହିଣ
ନ୍ୟାୟଦୀଶ ସେ ବୋଲାଏ ।
ମିଛ ବାହାସ୍ଫୋଟ ମାରି କହୁଥାଏ
ଅବିଚାର ଜାଣେ ନାହିଁ
ଯୋଉଠି ବିଚାରେ ହାରି ଯାଏ ସିଏ
କହଇ ନ୍ୟାୟଟି ଏହି ।
ଏଇଟା ଠିକ୍ ସେଇଟା ଭୁଲ୍
ବୃଥା ଯୁକ୍ତି ତର୍କ କରେ
ଅବିଚାରୀ ନ ହୋଇ ବିଚାରୀଟି
ନିଜେ ସେଇଠି ତ ହାରେ ।
ଅନ୍ୟର ମଙ୍ଗଳ ପାଇଁ କିଏ କେବେ
ନିଜେ କରେ ଅବିଚାର
ଦୁନିଆ ଆଖିରେ ଘୃଣିତ ସେ ହୁଏ
ସମାଜ କରେ ଧିକାର ।
ଏମିତିକା ଲୋକ କମ୍ ଅଛନ୍ତି
ଅବିଚାର ବେଶୀ ଥାନ୍ତି
ଗାଆଁ ଠୁ ସହର ପଲ୍ଲୀଠୁ ନଗର
ଦଳ ଦଳ ଦେଖାଯାନ୍ତି ।
ବିଚାର କରିବା ଯୋଗ୍ୟତା ନ ଥିଲେ
ଅବିଚାର କର ନାହିଁ
ସେଇ ଅବିଚାର କେତେ ଯେ ଯନ୍ତ୍ରଣା
ପାଏ ଯିଏ ଜାଣେ ସେହି ।
ଝରାଇ ଦିଏ ସେ ଆଖିର ଲୋତକ
ଛାତିରେ ଭରଇ କୋହ
କାହାକୁ ଆଘାତ କରିବା ଜୀବନ
ଆଦୌ ଭଲ କଥା ନୁହଁ ।
ଅବିଚାର କରି କାହାର ଜୀବନେ
କଳଙ୍କ ଦିଅନି ଭରି
ସେଇ ଅବିଚାର ଏତେ ଲୟଙ୍କର
ସବୁ ସୁଖ ଦିଏ ସାରି ।
ବିପଦ ଆପଦେ ଯିଏ ଛିଡା ହୁଏ
ତାର ସାଥି ଛାଡ ନାହିଁ
ତା ବିପଦରେ ତାର ସାଥେ ରୁହ
ଅବିଚାର କର ନାହିଁ ।
ବିଚାର ଶକ୍ତିଟି ଅଛି ବୋଲି ନର
ଶ୍ରେଷ୍ଠ ଆଖ୍ୟା ପାଇଅଛି
ହେଲେ ସେଇ ନର ଅବିବେକୀ ହେଇ
ଅବିଚାର ସେ କରୁଛି ।
ଅବିଚାର ଜମା ଆଦୌ ଭଲ ନୁହେଁ
ଇଏ ଅଟେ କ୍ଷଣସ୍ଥାୟୀ
ବିଚାର ଶକ୍ତିଟି ବିବେକରେ ରଖି
ସର୍ବଦା ଯେ ହୁଅ ଜୟୀ ।
ଅବିଚାର ମାର୍ଗ ଅଟେ କଳୁଷିତ
ସେ ପଥେ ହୁଅନା ଯାତ୍ରୀ
ନିମିଷକେ ସିଏ ସବୁ ସମ୍ପର୍କକୁ
କ୍ଷଣିକେ କରଇ ଇତି ।
ବିଚାର ଯଦି ବା କରି ପାରୁ ନାହଁ
କର ନାହିଁ ଅବିଚାର
ସେଇ ଅବିଚାର ସର୍ବସ୍ବାନ୍ତ କରେ
ଉଠାଇ ଦିଏ ପ୍ରାଚୀର l