ଏହି ତ ଜୀବନ
ଏହି ତ ଜୀବନ
ମିଛି ମିଛିକା ହସ
ସତରେ ଭାରି କଷ୍ଟ
ଉପରେ ହସ ଭିତରେ କୋହ
ଅଜାଗା ଘାଆ ପରି ତା ଦେହ
ଦେଖି ହୁଏନି କି ଦେଖାଇ ହୁଏନି
ବେଦନା ଅଟେ ଅସହ୍ୟ
ଜଳ, ସ୍ଥଳ ଅବା ଆକାଶ
ଯୁଆଡ଼େ ଗଲେ ଦିଅଇ ପୀଡ଼ା
ଥାଏ ରହି ଚଉପାଶ
ମିଛି ମିଛିକା ହସ ।
କାମରେ ଜମା ମନ ଲାଗେନି
ଇଚ୍ଛା ହୁଏ ଶୋଇବାକୁ
ଶୋଇରହିଲେ ନିଦ ଆସେନି
ଫେରିଯାଏ ଅତୀତକୁ
ମନ ଭିତରେ ହୁଏ ଗୋଳାଇ ଘାଣ୍ଟି
ମନ ବେଦନା ପରେନି ବାଣ୍ଟି
ଅହରହ ଜଳାଏ ବିରହ
ନା ପଛକୁ ଫେରିହୁଏ
ଅଫେରା ବାଟର ବାଟୋଇ ମୁଁ
କେବଳ ବିରହ ମନରେ ଚାଲଇ ଏକା ଏକା
ନାଁ ଫେରିବ ବୟସ ନା ଇଚ୍ଛା ହୁଏ ପିଇବା ତଥା ଖାଇବାକୁ
ଚାପି ରଖେ ମନ ଅବଶୋଷ
ଏପରା ଏମିତି କଥା
କେବଳ ମନରେ ଚାପି ରଖିବା
କରିହେବନି ପ୍ରକାଶ
ଖାଲି ବଞ୍ଚିଛେ ଚାଲିବାକୁ ତ ପଡିବ
ଅନ୍ୟ କେହି ହସିଲେ ଆମ ଓଠରୁ ଆସେ
ମିଛି ମିଛିକା ହସ ।
ଭବିଷ୍ୟତ ମୁଁ ଦେଖିନି
ଚାଲିଛି ତଥାପି ଧର୍ଯ୍ୟ ଧରି
କାନ୍ଦ ମାଡ଼ିଲେ ବି କଣ କାନ୍ଦି ହେବ
ଅନ୍ତରର ଅକୁହା କଥା କଣ ଦେଖାଇ ହେବ
ଭୁଲି ଯାଇଛି ଭୋକ ଶୋଷ
ଭୁଲି ଯାଇଛି ମାସ ବର୍ଷ
ଭୁଲିଯାଇଛି ଦିନ ରାତି
ଭୁଲି ଯାଇଛି ହସ ଖୁସି ସ୍ମତି
ଖୋଜୁଛି ମନରେ ଥିବା ପ୍ରଶ୍ନର
ସରଳ ସମାଧାନ
ତଥାପି ନିଜର ଅଭିନୟ ମିଛି ମିଛିକା ହସ
ରହୁନାହିଁ ଲୁକ୍କାୟିତ
ମିଛ କେବେ ରହେ ନାହିଁ ଲୁଚି
ସତ ହୁଏ ପ୍ରକାଶିତ
ତଥାପି ମିଛର ଚାଦରରେ ଘୋଡାଇ
ଚାଲେ ନିତିଦିନ
କାରଣ ସୁଖ ଦୁଃଖ ଖରା ଛାଇ ମିଶା
ଏହି ତ ଜୀବନ ।