STORYMIRROR

Prahallad Sahoo

Abstract Inspirational

4  

Prahallad Sahoo

Abstract Inspirational

ମୋ ଦେଶ ପୂଣ୍ଯ ଭାରତ

ମୋ ଦେଶ ପୂଣ୍ଯ ଭାରତ

1 min
363


ଏହି ମୋ ଦେଶ ପୂଣ୍ଯ ଭାରତ ଭୁଇଁ  

ଏହି ମୋ ମାଟି ଉତ୍କଳ ଦେବ ଭୂମି ।।

ଚୌରାଅଶି ଚକ୍ରୁ ମୁକ୍ତ ହେଲି ଭ୍ରମି 

ଧନ୍ଯ ମୋ ଜୀବନ ତା କୋଳେ ଜନମି ।।

ଏହି ମୋ ସୁନ୍ଦର ଗାଆଁ ମୋ ଜନ୍ମଭୂମି


ନାହିଁ କଳା ଗୋରା ଭେଦ, 

ନାହିଁ ବାଦ ଅପବାଦ । 

ସଭିଏଁ ଆମେ ଭଉଣୀ ଭାଇ

ଉତ୍ସର୍ଗୀତ ଆମ ପ୍ରାଣ,  

ଏହି ମାଟି ମାଆ ପାଇଁ ।।

ଏହି ମୋ ଦେଶ ପୂଣ୍ଯ ଭାରତ ଭୁଇଁ !!!


ସେହି ମୋ ମାଆ ମାଟି ମୋ ମାତୃଭୂମି

ସେହି ମୋ ଆଦିଅନ୍ତ ମୋ ଜନ୍ମଭୃମି ।।

ସ୍ବଛ୍ଛ ଯେଉଁଠି ପାଣି ପବନ ଭୂମି 

ପ୍ରଦ୍ଯୁଷଣ ରହିତ ଜଙ୍ଗଲ ଜମି ।।

ସେହି ମୋ ପବିତ୍ର ଗାଆଁ ମୋ ଜନ୍ମଭୂମି


ନାହିଁ ଉଚ୍ଚ ନୀଚ୍ଚ ଭାବ, 

ନାହିଁ ଅହଂକାର ଗର୍ବ ।

ସଭିଏଁ ଚଳନ୍ତି ନିଜର ହୋଇ 

ସମର୍ପଣ ମନ ନେଇ,

କର୍ମ କରୁ ଦେଶ ପାଇଁ ।।

ଏହି ମୋ ଦେଶ ପୂଣ୍ଯ ଭାରତ ଭୁଇଁ !!


ସେହି ମୋ ଭକ୍ତିର ଗାଁ ମୋ ଧର୍ମଭୂମି 

ସେହି ମୋ ମୁକ୍ତିର ଗାଁ ମୋ ଆର୍ଯ୍ଯଭୂମି ।।

ସ୍ବାଧୀନ ଆମେ ସ୍ୱାଧୀନ ଆମ ମତି

ଖଟି ଖାଉ କାଟି ପିନ୍ଧୁ ଆମ ନିତୀ ।।

ସେହି ମୋ ସ୍ବାଧୀନ ଗାଆଁ ମୋ ଜନ୍ମଭୂମି


ନାହିଁ ରାଗ, ହିଂସା, ଦ୍ବେଷ, 

ନାହିଁ ମିଥ୍ଯା, ଅବିଶ୍ବାସ। 

ସଭିଏଁ ଆତ୍ମ ନିର୍ଭର ହୋଇ

ଯେଝା କର୍ମ ଯେଝେ କରି,

ଶାନ୍ତିରେ ଦିନ କାଟଇ ।।

ଏହି ମୋ ଦେଶ ପୂଣ୍ଯ ଭାରତ ଭୁଇଁ !!



Rate this content
Log in

Similar oriya poem from Abstract