Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amarnath Barick

Children

3  

Amarnath Barick

Children

ଜୀବନ୍ତ ଦେବତା

ଜୀବନ୍ତ ଦେବତା

1 min
126



ପିତା ମାତା ଗୁରୁ  ଦେବତା ସମାନ

   ତାଙ୍କ ପାଇଁ ସିନା ସାର୍ଥକ ମଣ

ମନେ ରଖିଥିବ    ସର୍ବଦା ତାହାଙ୍କୁ

   ପୂଜା କରୁଥିବ ହେ ଶିଶୁଗଣ ।


ପ୍ରେରଣା ଯୋଗାନ୍ତି  ଗୁରୁଜୀ ଗୁରୁମା

  ହେବାକୁ ସମାଜେ ଛଣେରେ ଗଣା

ଯୁଗ ଯୁଗ ପାଇଁ     ଅମରତ୍ଵ ଲଭୁ

   ତାଙ୍କରି ଅକ୍ଷୟ ଏହି ପ୍ରେରଣା ।


ଶିକ୍ଷାରେ ଉତ୍ତୀର୍ଣ୍ଣ    ହୁଅ ଛାତ୍ରଛାତ୍ରୀ

  ଉତ୍କଳରେ ଉଡୁ ବିଜୟ ଗାଥା

ମୋ ଦେଶ ଗୌରବ ଗାରିମା ବଖାଣେ

 ଜୟ ମାତୃଭାଷା ଜୟ ମୋ ପ୍ରଥା ।


ସମ୍ମାନ ଲଭିବ    ଜୀବନେ ନିଶ୍ଚୟ

  ଜାବୁଡ଼ି ଧରିଲେ ମାତୃଭାଷାକୁ ।

ଜୟ ହେଉ ଆମ  ଦେଶ ଓ ଜାତିର

  ଧରି ସ୍ନେହ ପ୍ରେମ ଦୟା କ୍ଷମାକୁ ।


ପରିଚୟ ଦିଏ   ଭାଷା ସଂସ୍କୃତି ମୋ

  ରଖିଯାଅ ମାନ ଜାତିର ଟେକ

ଆଜିର କିଶୋର  କାଲି ଭବିଷ୍ୟତ

  ଲେଖେ ଇତିହାସ ପୃଷ୍ଠା ଅନେକ ।




Rate this content
Log in

Similar oriya poem from Children