Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amarnath Barick

Children

4.5  

Amarnath Barick

Children

ସଂଖ୍ୟା କ୍ରମରେ ଶିଖିବା

ସଂଖ୍ୟା କ୍ରମରେ ଶିଖିବା

1 min
373



ଏକ- ରଖିବା ଦେଶର ଟେକ

ଏକରେ ଏକ ଏଗାର 

ମହାନ ଗାଥା ଯାହାର

ଏକଦଶ ଏକ ଏଗାର 

ତିନି ରଙ୍ଗ ତ୍ରିରଙ୍ଗାର ।


ଦୁଇ- ଆମର ସୈନିକ ଭାଇ

ଦୁଇ ଦୁଇ ମିଶି ଚାରି 

ଅଛନ୍ତି ଦେଶକୁ ଘେରି 

ଦୁଇଦଶ ଦୁଇ ବାଇଶି

ହେବାରେ ଆମେ ସାହସୀ ।


ତିନି- ତାଥିନି ତାଥିନି ତିନି

ତିନି ତିନି ମିଶି ଛଅ 

ଯତନେ ବହି ନିଅ

ତିନିଦଶ ତିନି ତେତିଶ

ସକାଳୁ ଯୋଗରେ ବସ ।


ଚାରି- ହେବା ପରିଶ୍ରମୀ ଭାରି

ଚାରି ଚାରି ମିଶି ଆଠ 

ବଉଳା ଗାଈର ଗୋଠ 

ଚାରିଦଶ ଚାରି ଚୌରାଳିଶି

ନଖାଇବ କେବେ ଭୂମିରେ ବସି ।


ପାଞ୍ଚ- ନେବା ନାହିଁ କେବେ ଲାଞ୍ଚ

ପାଞ୍ଚ ପାଞ୍ଚ ମିଶି ଦଶ 

ଗଣିତ ସୂତ୍ରକୁ ଘୋଷ

ପାଞ୍ଚଦଶ ପାଞ୍ଚ ପଞ୍ଚାବନ

ରଖିବା ପାଠରେ ମନ ଧ୍ୟାନ ।


ଛଅ- ଦରିଦ୍ରଙ୍କୁ ଦାନ ଦିଅ

ଛଅ ଛଅ ମିଶି ବାର 

ଭଲ କାମ ନିଶ୍ଚେ କର

ଛଅଦଶ ଛଅ ଛଅଷଠି

ବଳ ହୁଏ ମିଶି ବିଡ଼ାଏ କାଠି ।


ସାତ- ମହାନ ଦେଶ ଭାରତ

ସାତସାତ ମିଶି ଚଉଦ 

ଆକାଶେ ଭାସୁଛି ବଉଦ

ସାତଦଶ ସାତ ସତସ୍ତରୀ

ଖେଳିବା ଚକାଚକା ଭଉଁରୀ ।


ଆଠ- ସଅଳ ନିଦରୁ ଉଠ

ଆଠ ଆଠ ମିଶି ଷୋହଳ

ଆମ୍ବ ଗଛରେ ବାସେ ବଉଳ

ଆଠଦଶ ଆଠ ଆଠାଅଶି

ସନ୍ଧ୍ୟାରେ ପ୍ରାର୍ଥନା କର ବସି ।


ନଅ- ହାତରେ କଲମ ଧଅ

ନଅ ନଅ ମିଶି ଅଠର 

ଆସବାବ ପତ୍ର କାଠର

ନଅଦଶ ନଅ ଅନେଶ୍ୱତ

ଅଭ୍ୟାସ କରି କହିବା ସତ ।


ଦଶ- ଆସନ ପାରି ବସ

ଦଶ ଦଶ ମିଶି କୋଡ଼ିଏ 

ହାତ ଗୋଡ଼ ଆମ ଯୋଡିଏ

ଦଶ ଦଶ ସଂଖ୍ୟା ସମ୍ପୂର୍ଣ୍ଣ ଶହେ

ଗଂଗା ଯମୁନା ଯେ ଦେଶେ ବହେ ।



Rate this content
Log in

Similar oriya poem from Children