STORYMIRROR

Amarnath Barick

Children

4  

Amarnath Barick

Children

ଅଧଲା ପାହୁଲା ଅଣା ପଇସା

ଅଧଲା ପାହୁଲା ଅଣା ପଇସା

1 min
77

ଅଧଲା ପାହୁଲା ଅଣା ପଇସା

ଅମରନାଥ ବାରିକ୍


ଗଣିତ ଶିଖିବା ବଳିଛି ମନ

ବୁଲିଯିବା ଚାଲ ପୁରୁଣା ଦିନ ।

ଗଣିତ ପାଠର ଗଣନା ନିଶା

ଅଧଲା ପାହୁଲା ଅଣା ପଇସା ।


ଏକ ଟଙ୍କା ଯିଏ ଷୋହଳ ଅଣା

ଶହେ ପଇସାରେ ହୁଏ ସେ ଗଣା ।

ଏକ ପଇସା ଯେ ଦୁଇ ଅଧଲା

ସେ ଦୁଇ ଅଧଲା ତିନି ପାହୁଲା ।


ଅଣାରେ ପଇସା ଏମିତି ଗଣା

ନ ଜାଣି ଥିଲେରେ ବୁଦ୍ଧିଟି ବଣା ।

ସୂତ୍ର ଅନୁସାରେ ମୁଣ୍ଡରେ ପଣା

ନ ହେଲେ ବାବୁରେ ପେଲିବ ଘଣା ।


ଅମରନାଥଙ୍କ ହିସାବ କଥା

ଆସରେ ଶୁଣିବା ଲଗାଇ ମଥା ।

ଏକ ଅଣା ଠାରୁ ଷୋହଳ ଅଣା

ପଇସାରେ ଏବେ କରିବା ଗଣା ।


ଏକ ଅଣା ହେଲା ଛଅ ପଇସା

ଦୁଇ ଅଣା ପୁଣି ବାର ପଇସା ।

ତିନି ଅଣା ଉଣେଇଶ ପଇସା

ଚାରି ଅଣା ଯେ ପଚିଶି ପଇସା ।


ପାଞ୍ଚଣା ଏକତିରିଶି ପଇସା

ଛ ଅଣା ସଇଁତିରିଶି ପଇସା ।

ସାତଣା ଚଉରାଳିଶି ପଇସା

ଆଠ ଅଣା ତ ପଚାଶ ପଇସା ।


ନଅଣା ପୁଣି ଛପନ ପଇସା

ଦଶ ଅଣା ଅଠାଅଶି ପଇସା ।

ଏଗାରଣା ଅଣସ୍ତରି ପଇସା

ବାର ଅଣା ପଞ୍ଚସ୍ତରି ପଇସା ।


ତେର ଅଣା ଏକାଅଶି ପଇସା

ଚଉଦଣା ସତାଅଶି ପଇସା ।

ପନ୍ଦରଣା ଚଉରାନବେ ପଇସା

ଷୋହଳଣା ପୁରା ଶହେ ପଇସା ।


ଶହେ ପଇସାରୁ ଟଙ୍କା ଆରମ୍ଭ

ହିସାବ ବୁଝିବା ସବୁ ସମ୍ଭବ ।

ସେ କାଳ ହିସାବ ଥିଲା ବଢ଼ିଆ

ଆଜିକା ପିଲାଙ୍କୁ ଲାଗେ ଅଡ଼ୁଆ ।


ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର

ଓଡ଼ିଶା, ପିନ୍ ନମ୍ବର - ୭୫୫୦୧୧

ଦୂରଭାଷା - ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)


Rate this content
Log in

Similar oriya poem from Children