STORYMIRROR

Papu parida

Children Stories Inspirational Children

4  

Papu parida

Children Stories Inspirational Children

ତିଳ ତିଳ ଜଳି ଜଳି

ତିଳ ତିଳ ଜଳି ଜଳି

1 min
249


ତିଳ ତିଳ ଜଳି ଜଳି 

ହୁଏ କିଏ ପାଉଁଶ

       ହଁ ହଁ ହୁଏ କିଏ ପାଉଁଶ

ଜଳେ ଘୃତ ଜଳେ ବତୀ

ଦୀପ ପାଏ ଆଶିଷ।


ଖଟି ଖଟି ଦିନରାତି

ଶୁଖେ ଦେହ ମାଉଁଶ

       ହଁ ହଁ ଶୁଖେ ଦେହ ମାଉଁଶ

ଚଳନ୍ତି ଠାକୁର ଛାଡି

ପାଷାଣରେ ବିଶ୍ୱାସ।


ସହି ସହି କେତେ କଷ୍ଟ

ଦିଏ ସିଏ ଜନମ

      ହଁ ହଁ ଦିଏ ସିଏ ଜନମ

ଭୋକରେ ସେ ଶୋଉପଛେ

ଆଗେ ସଙ୍ଗିନୀ କାମ।


ବହି ବହି ଧୀରେ ଧୀରେ

ନଈ ହୁଅନ୍ତି ପାରି

     ହଁ ହଁ ନଈ ହୁଅନ୍ତି ପାରି 

ତରଣୀର ବଢେ ଯଶ

ପେଶୀ ହୁଏ ନାଉରି।


ଦେଇ ଦେଇ ପ୍ରତିଘାତ

ମୂର୍ତ୍ତି ହୁଏ ପଥର

     ହଁ ହଁ ମୂର୍ତ୍ତି ହୁଏ ପଥର

ପାଏ ସେ କେତେ ଶରଧା

କି ପାଏ ମୂର୍ତ୍ତିକାର।


ଭାବି ଭାବି ଆମ କଥା

ଦିଏ ଆମକୁ ଜ୍ଞାନ 

     ହଁ ହଁ ଦିଏ ଆମକୁ ଜ୍ଞାନ

ଅଜ୍ଞାନୀକୁ ଜ୍ଞାନୀ କରି

ଖୋଜୁଥାଏ ସମ୍ମାନ।


ଶୋଷି ଶୋଷି ଅଙ୍ଗାରକ

ଦିଏ ସିଏ ଜୀବନ

     ହଁ ହଁ ଦିଏ ସିଏ ଜୀବନ

ସଜେଇବା ଲାଗି ଘର

ଭୁଲନ୍ତି ବଳିଦାନ।


ଗୁରୁଜନ ମିତ୍ରତାରେ 

ନ ଭୁଲ ଲଘୁଜନ

     ହଁ ହଁ ନ ଭୁଲ ଲଘୁଜନ

ଛୁଞ୍ଚିର କାମ ଯେଉଁଠି 

କି କରିବ କୃପାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍