STORYMIRROR

Siba Sethy

Children

4  

Siba Sethy

Children

ମୋ ମାଆ

ମୋ ମାଆ

1 min
225

ମାଆର ପଣତ ଶ୍ରୀମନ୍ଦିର ନେତ

ସ୍ନେହ ମମତାର ଘର ।

ବିପଦେ ଆପଦେ ରକ୍ଷା କବଚ ସେ

କରେ ନାହିଁ କେବେ ପର ।

ଦଶ ମାସ ଦଶ ଦିନ ଗର୍ଭ ଧରି

ଜନମ ଦେଇଛି ସିଏ ।

ତା ଠାରୁ ବଳି କେ ଏହି ସଂସାରରେ

କୁହ ଭାଈ ଅଛି କିଏ

ମାଆର ପରଶେ ଦୁଃଖ ଶୋକ ସବୁ

କ୍ଷଣକେ ଯାଏ ଉଭେଇ ।

ମାଆର ଆଶିଷେ କଠିନ କାମ ବି

ଯାଏ ତ ସରଳ ହୋଇ ।

କରୁଣାମୟୀ ସେ ଦୟାର ସାଗର

ତା ପଦେ ସରଗ ସୁଖ ।

ମାଆ ହାତ ଧରି ବାଟ ଚାଲୁଥିଲେ

ଦୂରତା ବି ହୁଏ ପାଖ ।

ମାଆ ଶବଦ ଟି ଅମୃତ ସମାନ

ସେ ନାମରେ ଅଛି ଜୟ ।

ମାଆ ନାମ ସ୍ମରି ମାତୃ ସେବା କଲେ

ଦୂର ହୁଏ ପାପ ଭୟ ।

ମାଆ ଠାରୁ ବଳି ଏ ତିନି ଭୁବନେ

ନାହିଁ କେ ଆମର ଜ୍ୟୋତି ।

ଗୋଟିଏ ହୃଦୟେ ଗୋଟିଏ ସାଙ୍ଗରେ

ସତ୍ୟ ଶାନ୍ତି ମୈତ୍ରୀ ପ୍ରୀତି ।


Rate this content
Log in

Similar oriya poem from Children