STORYMIRROR

Prafulla Chandra Mishra

Children

4  

Prafulla Chandra Mishra

Children

ରଥ ଯାତରା

ରଥ ଯାତରା

1 min
272


ଆଷାଢ଼ ମାସରେ ରଥ ଯାତରା

ଅଷାଢୁଆ ମେଘ ଛୁଇଁଛି ଧରା

ମାରଇ ବିଜୁଳି,ମାରେ ଘଡଘଡି

ଡର କିଆଁ ଜଗା ଚାହିଁଛି ପରା ।।


ସୁ-ରୁଚିର ଶୋଭା ତିନୋଟି ରଥ

ବିଜୟ ସେ ରଥେ ଜଗତ ନାଥ

ପତିତ ତାରଣ ପତିତପାବନ

ସେହି ପରା ଦୁଃଖୀ ଦୁଃଖ ପାସୋରା ।।


ମାଉସୀ ମାଆ ର ପୋଡ଼ ପିଠାକୁ

ବଡ଼ ସୁଆଦିଆ ଜଗା ପାଟିକୁ

ବରଷକେ ଥରେ ରତନ ବେଦୀରୁ

ଆସିଥାନ୍ତି ବଡ଼ଦାଣ୍ଡ କୁ ପରା ।। 


ଚାଲ ସାଥୀ କରିବା ଦରଶନ

ନନ୍ଦିଘୋଷ ରଥେ କଳା ବାମନ 

ତିନିଲୋକ ଲୋକ ଶରଧାବାଲି ରେ

ଅଲଭ୍ୟ ଯୋଗ ୟେ ଆସିଛି ପରା ।।


ଗୁଣ୍ଡିଚା ଯାତ ୟେ ଯାତର ନାମ

ୟେ କ୍ଷେତ୍ର ନାମ ଶ୍ରୀ ପୁରୁଷୋତ୍ତମ

ଜଗତରେ ନାହିଁ ଏପରି ଯାତରା

ଦୁଲୁକେ ଚଉଦ ବ୍ରହ୍ମାଣ୍ଡ ସାରା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children