STORYMIRROR

Prabhati Mahapatra

Tragedy Inspirational Children

4  

Prabhati Mahapatra

Tragedy Inspirational Children

ଭୂଲିଗଲ ଧୂଳିଖେଳ

ଭୂଲିଗଲ ଧୂଳିଖେଳ

1 min
201

ହୃଦୟ ତଳର ଭାଷା 

କିଏ ବୁଝିବ, ମୁଁ ଯେ ପର ଝିଅ

ମଥାରେ ସିନ୍ଦୂର ପିନ୍ଧି ଏରୁଣ୍ଡି ଡେଇଁଛି,

ମୁଣ୍ଡରେ ଲାଜର ଓଢ଼ଣା...

ଟିକିଏ ସ୍ନେହ ପାଇବାକୁ ପ୍ରାଣ ବ୍ୟାକୁଳ

ଛାତିରେ ଅଗାଧ ଭୀତି।

ଶୁଷ୍କ ଅଧର ଭୟରେ ପ୍ରକମ୍ପିତ.....

ଅସ୍ପଷ୍ଟ ଭାଷାରେ ଇଙ୍ଗିତ ଜୀବନ,

କ୍ଷୁଧାତୁର ବେଳେ ଶୀତଳ ମାଠିଆ ଜଳ

ଏମିତି ଅହରହ ଚଳିବାକୁ ହୁଏ ।

ହେଲେ ଭାଇ, ତୁମେ ତ ଆପଣାର ?

କେମିତି ଭୁଲିଲ ?

ତୁମ ସ୍ନେହ ବନ୍ଧନରୁ ବାହାରି

କେତେ ଦୁଃଖ ପାଉଛି, ଦେଖ ଥରେ ।

ସଂସ୍କାର ଦେଇ ଗଢିଛ,

ବାପା ଚାଲି ଯିବା ଦୁଃଖ ଅନୁଭବ ହୋଇନି।

କେବଳ ତୁମରି ଶୀତଳ ଛାଇ

ଅଜସ୍ର ଶାନ୍ତି ବାଢ଼ି ଦେଉ ଥିଲା ।

ମୁଁ ଭୁଲି ପାରୁନି ଅତୀତ ଦିନ ।

ତୁମେ କ'ଣ କେବଳ କର୍ତ୍ତବ୍ୟ କରୁଥିଲ ?

କୁହ ଭାଇ....

ଜ୍ୱର ହେଲେ ଠାକୁର ପାଖରେ ମାନସିକ

କ'ଣ ମିଛ ?

କାନ୍ଧରେ ଆଉଜାଇ ଡାକ୍ତରଖାନା ନେଇ

ଡାକ୍ତରଙ୍କୁ ପାଟି କରି କହିବା କ'ଣ ମିଛ ?

ସବୁ ଯଦି ମିଛ 

ମୁଁ କହିବି ଠାକୁର ବି ମିଛ ......

ତୁମେ ମୋ ବଡ଼ ଭାଇ 

ମୋ ଜୀବନର ଘଡିସନ୍ଧି ମୁହୂର୍ତ୍ତର ସାଥୀ ।

ମୋର ମାର୍ଗଦର୍ଶକ .....

ଯଦି ତୁମ ହୃଦୟରେ ଦୟା ମାୟା ନାହିଁ,

ଏମିତି ଦୃଶ୍ୟ ଦେଖିବା ପୂର୍ବରୁ 

ମୃତ୍ୟୁକୁ ଶ୍ରେୟସ୍କର ମନେ କରିବା ଭଲ ।

ଶାଶୁଘରେ କାହାକୁ ବା କହିବି ।

ଆଉ ତୁମକୁ କେବେ ବି ଝୁରିବିନି 

କେବେ ବି ନୁହେଁ .....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy