STORYMIRROR

Amarnath Barick

Inspirational

4  

Amarnath Barick

Inspirational

ଜୀବନ କରିବା ପାବନ

ଜୀବନ କରିବା ପାବନ

1 min
330


ଜୀବନ ଜଟିଳ ଗଣିତ ହେଲେ

'ହରି' ଗଣିତର ସରଳ ସୂତ୍ର 

ସେ ସୂତ୍ର ଘୋଷିଲେ ଜୀବନଟା

ହୁଏ ହରିରସେ ରସାମୃତ... ।୦।


ଜୀବନ ଯନ୍ତ୍ରଣା ଜଞ୍ଜାଳରେ ଭରା

'ଗୀତା' ପ୍ରଦର୍ଶକ ପ୍ରାଞ୍ଜଳ ପଥ

ସେ ଗ୍ରନ୍ଥ ପଢ଼ିଲେ ବୁଝିହୁଏ ସିନା

ଜଟିଳ ଜୀବନ ବାସ୍ତବ ଅର୍ଥ... ।୧।


ଜୀବନ ଅଡ଼ୁଆ ସୂତାଖିଅ ହେଲେ

'କୃଷ୍ଣ' ପାଦେ ହୁଅ ସମର୍ପିତ

ଖୋଲିଯିବ ଗଣ୍ଠି ଯେତେ ଟାଣ ହେଉ

ହେବନି କଦାପି ସନ୍ତାପିତ... ।୨।


ଜୀବନ ପଙ୍କିଳ ଜଳ ହୋଇଥିଲେ

'ପିତାମାତା' ମନ୍ଦାକିନୀର ଧାରା

ସେ ପୁଣ୍ୟଜଳରେ ସ୍ନାନକଲେ ସଦା

ଆଶୀର୍ବାଦେ ମିଳେ ପୁଣ୍ୟପରା... ।୩।


ଜୀବନ ଯାତରା ବୃଥା ନୁହେଁ କେବେ 

ଜପୁଥିଲେ ନିତି 'ଶ୍ରୀରାମ' ନାମ

ଜୀବନର ସୂର୍ଯ୍ୟ ଅସ୍ତମିତ ହେଲେ

ସାର ଏକା ସେହି ଅମୃତ ନାମ... ।୪।



Rate this content
Log in

Similar oriya poem from Inspirational