ସ୍କୁଲ ବିଭେଦ
ସ୍କୁଲ ବିଭେଦ
ମୁଁ ପଇସା ଦିଆ
ସ୍କୁଲ ରେ ପଢୁଛି
ପଢୁଆ ପିଲା ବୋଲି
ଗଣିତ ହୋଇଛି
କୋରୋନା କାଳରେ
ଅନ୍ୟାୟ ହୋଇଛି
ଆମ ଶିକ୍ଷା ବ୍ୟବସ୍ଥା
ଭୁଷୁଡି ପଡିଛି
ଏବେ ଆମର
ପ୍ରକାଶ ପାଇଛି ପରୀକ୍ଷା ଫଳ
ନମ୍ବର ଦେଖି
ମୁଣ୍ଡରେ ପଡିଛି ଚଡ଼କ ମୋର
ସରକାରୀ ସ୍କୁଲ ର
ମାଗଣା ଖିଆ ପିଲା
କେମିତି ରଖିଛି
ଅଧିକ ନମ୍ବର ଭଲା?
ପଇସା ଦେଇ ପାଠ ପଢି
ଆମେ ସବୁ ପଛୁଆ
ସରକାରୀ ସ୍କୁଲରେ ପାଠ ପଢି
ସେ ହେବ ପୁଣି ଆଗୁଆ?
ମୁଁ ବେସରକାରୀ ସ୍କୁଲର
ମେଧାବୀ ଛାତ୍ରୀ ପରା
ଅଧିକ ନମ୍ବର ଦେଇ
ନ୍ୟାୟ ଦିଅରେ ଭଲା ।