STORYMIRROR

SAHITYA TARJUMAN

Classics Inspirational Children

4  

SAHITYA TARJUMAN

Classics Inspirational Children

ମାତୃଭୂମିକବି ଇନାୟତ ଅଲୀ

ମାତୃଭୂମିକବି ଇନାୟତ ଅଲୀ

1 min
216

ମୁଁ  ନିଜକୁ   ଘାସ  କରିଛି, 

ମୋତେ ମାଡ଼ି ଚାଲିବେ ଲୋକ, 

କେବେକେବେ  ଶିଡ଼ି  କରିଛି, 

ମୋତେ ଚଢ଼ି  ପାଇବେ ଶୀର୍ଷ ।


ଝଡ଼  କୁ ମୁଁ  ସ୍ବାଗତ କରେ, 

ବିନମ୍ରେ  ମୁଣ୍ଡ  କୁ  ନୁଆଁଇ, 

ମୁଣ୍ଡ  ଟେକି  ଛିଡ଼ା ହୋଇଛି, 

ଝଡ଼ ପରେ ଦେଖିଲେ ଲୋକ ।


ମାଟି  କୁ ମୁଁ  ଜାବୁଡ଼ି  ଧରେ, 

ମା’ଟି  ମୋତେ  ସୁରକ୍ଷା ଦିଏ, 

ଆକାଶ  କୁ  ଛୁଇଁଥିଲା  ଯେ, 

ମାଟିରେ  ସେ  ପଡ଼ିଛି  ଗଛ ।


ଘାସ  ମୋତେ  କହିଲା ଦିନେ, 

ମାଟିରୁ  ଯେ  ଜନମ  ତୋର, 

ମାଟିରେ  ଯେ  ଶୋଇବୁ ଦିନେ, 

ମାଟି  ପାଇଁ  କିଛି  ତ  ଲେଖ ।


ମାଟିରେ  ତ   ମା’ଟି   ଅଛି, 

ମାଆ  ପାଇଁ  ଯେତିକି  ଶ୍ରଦ୍ଧା, 

ସେତିକି   ମୁଁ   ଶ୍ରଦ୍ଧା  କରୁଛି, 

ମାତୃଭୂମି   ଲେଖିଛି    ଦେଖ ।



Rate this content
Log in

Similar oriya poem from Classics