Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyabrata Mohanty

Children Stories Inspirational

4  

Priyabrata Mohanty

Children Stories Inspirational

ନୂଆ ସଂସାର

ନୂଆ ସଂସାର

1 min
248


ବିଶାଳ ସାଗର     ଅସୀମ ଗଗନ

ନଭଚୁମ୍ବି ଗିରିବର,

ଧୂସର ବଉଦ     ମଳୟ ପବନ

ପ୍ରକୃତିର ଅଟେ ଘର ।


ଧରଣୀ ବୁକୁରେ      ସବୁଜ କାନନ

ଶୁଭେ ପଶୁପକ୍ଷୀ ସ୍ୱର,

ବହୁଛି ତଟିନୀ     ଗାଉଛି ଭ୍ରମର

ଦୃଶ୍ୟ ଅତି ମନୋହର ।


ସୁଖ ଦୁଃଖ ଭରା     ମଣିଷ କାହାଣୀ

ନୁହଁ କିଛି ଏଠି ସ୍ଥିର,

ଖାଲି ହାତ ନେଇ     ଆସିଥିଲୁ ତୁହି

ପୁଣି କାହିଁ ଏତେ ଡର ।


ଭକତିରେ ଭରୁ      ହୃଦୟର ମୁଣି

ପ୍ରେମର ଉଠୁ ଜୁଆର,

ସୀମିତ ସମୟ     ଜୀବନର ଖେଳ

ତୁଣ୍ଡେ ଥାଉ ହରିହର ।


ପ୍ରେମ କାରାଗାରେ      ବନ୍ଦୀ ଏ ଜୀବନ

କେହିନୁହଁ ଏଠି ପର,

ସଂପର୍କ ବନ୍ଧନ     ବାନ୍ଧି ଦେଇ ଆମେ

ସହି ଯିବା ଦୁଃଖ ଭାର ।


ସେନେହ ଡୋରୀରେ      ଛନ୍ଦି ଯାଇ ସବୁ

ଭୁଲିଯିବା ଅହଂକାର,

ମାନବ ପଣିଆ     ଧ୍ବଜା ଧରି ହାତେ

ଗଢ଼ିବା ନୂଆ ସଂସାର ।



Rate this content
Log in