STORYMIRROR

Ramesh takri

Inspirational Children

4  

Ramesh takri

Inspirational Children

ମଧୁର ବଚନ

ମଧୁର ବଚନ

1 min
191

ମଧୁର ବିନୟ   କୋମଳ ବଚନ

     ଅଟେ ଅମୃତ ସମାନ

ଅଭ୍ଯାସର ବଳେ   ସାଇତି ରଖିଲେ

    ଆଣଇ ଯଶ ସମ୍ମାନ ।୧।


ପରକୁ ଆପଣା   କରିବାକୁ ହୁଏ

    ମଧୁର ବଚନ କହି

କର୍କଶ ବାଣୀର   କଠୋର ଠାଣିରେ

    ପାଖ ମାଡ଼ନ୍ତି ନି କେହି ।୨।


ମିଷ୍ଟ ଭାଷା ଭାଷି   ନିଜେ ହସି ହସି

    ସୁଖ ଶରଧା ବାଣ୍ଟଇ

ସେବା ମମତାର   ସେନେହ ସୂତାରେ

    ସଭିଙ୍କୁ ବାନ୍ଧି ପାରଇ ।୩।


କର୍କଶ ବାଣୀରେ   ମନ ଯାଏ ଭାଙ୍ଗି

    ପ୍ରେମଠାରୁ ଦୂର କରେ

ମିଠା ମିଠା କଥା   ମନ ମୋହିନିଏ

    ଶତୃକୁ ମିତ୍ରତା କରେ ।୪।


ପ୍ରେମ ପ୍ରୀତି ଭାବ   ନ ଥିଲେ ଅଭାବ

    ଘୃଣା ଭାବ କରେ ଦୂର

କୋଟି କୋଟି ମନ   ହୃଦୟକୁ ଜିଣି

    କରିଦିଏ ଆପଣାର ।୫।


ମଧୁର ବଚନ   ଦୂରକରିପାରେ

    ରାଗ ହିଂସା ଅଭିମାନ

ପ୍ରିୟ ପରିବାର   ରହୁଥିବା ଘର

    ହୁଏ ସରଗ ସମାନ ।୬।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational