STORYMIRROR

Papu parida

Children Stories Inspirational Children

4  

Papu parida

Children Stories Inspirational Children

ମା

ମା

1 min
175

ମନ ମୋର ପୃଥିବୀ

ମା ମୋ ପ୍ରକୃତି

ସଜେଇଣ ମୋ ଦୁନିଆ

ଦେଲୁ ତୁ ଆକୃତି।


ମୁଁ ଯେ ସନ୍ତାନ ତୋର

ତୁ ମୋର ମାଆ.......

ପାଇଲି ତୋ ସ୍ନେହ ପ୍ରେମ 

ଦେଖିଲି ଦୁନିଆ(୨)


ସାଜି ମୋର ପରିଚୟ

ଦେଲୁ ସାହାସ ସଂଶୟ

ତୋ ବିନା ମୁଁ କିଏ

ହେବ ମୋର ବିଲୟ। (୨)


ମା ମଧ୍ୟେ ଈଶ୍ୱର ବିଷ୍ଣୁ ମହେଶ୍ୱର

ଓଁ ମାତୃଦେବାୟ।

ମା ଅଟେ ପାଳକ ସୃଷ୍ଟି ସଂଚାଳକ

ଓଁ ମାତୃଦେବାୟ।


ବୃଦ୍ଧ କାଳେ ଥିବି ପାଖେ 

କରିବି ଜତନ......

ଋଣ ସୁଝିପାରିବିନି

ରଖିବି ତୋ ମାନ।(୨)


ମାଟି କରି ତୋ ଜୀବନ

ଦେଖିଲୁ ମୋ ଲାଗି ସ୍ବପ୍ନ

ନିଜ ଗୋଡେ ଛିଡା ହୋଇ

ହେବି କିପରି ସମ୍ପର୍ଣ୍ଣ।(୨)


ମା ମଧ୍ୟେ ଈଶ୍ୱର ବିଷ୍ଣୁ ମହେଶ୍ୱର

ଓଁ ମାତୃଦେବାୟ।

ମା ଅଟେ ପାଳକ ସୃଷ୍ଟି ସଂଚାଳକ

ଓଁ ମାତୃଦେବାୟ।


ମନ ମୋର ପୃଥିବୀ

ମା ମୋ ପ୍ରକୃତି

ସଜେଇଣ ମୋ ଦୁନିଆ

ଦେଲୁ ତୁ ଆକୃତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍