STORYMIRROR

Ajit Kumar Raut

Classics Inspirational Children

4  

Ajit Kumar Raut

Classics Inspirational Children

ଯୁଗେ ଯୁଗେ ଗୁଞ୍ଜୁ ଥିବ ତୁମରି ନାମ

ଯୁଗେ ଯୁଗେ ଗୁଞ୍ଜୁ ଥିବ ତୁମରି ନାମ

1 min
224


ବେଦାନ୍ତର ସେହୁ ଆଧ୍ୟାତ୍ମିକ ଗୁରୁ


ଧର୍ମ ପ୍ରଚାରକ ସେହୁ,


ପରିଚିତ କଲେ ସନାତନ ଧର୍ମ


ବିଶ୍ବର ମଞ୍ଚରେ ସେହୁ।୧।


ପରିଚିତ କଲେ ବିଶ୍ବ ଦରବାରେ


ସନାତନ ଧର୍ମ ସେହୁ


ତାଙ୍କ ଅବଦାନ ଭୁଲି ହେବ ନାହିଁ


ଧର୍ମ ପ୍ରତିମୂର୍ତ୍ତି ସେହୁ।୨।


ଆମେରିକାର ସେ ଧର୍ମ ସମ୍ମେଳନୀ


ପ୍ରତିନିଧିତ୍ଵ ରେ ତାଙ୍କ,


ଚିକାଗୋରେ ଥିଲା ଧର୍ମ ସମ୍ମେଳନୀ


ହିନ୍ଦୁ ଧର୍ମ ପାଇଁ ତାଙ୍କ।୩।


ହିନ୍ଦୁ ଧର୍ମ ପ୍ରତି ମର୍ମସ୍ପର୍ଶୀ ଥିଲା


ଅପୂର୍ବ ଭାଷଣ ତାଙ୍କ,


ଆଶ୍ଚର୍ଯ୍ୟ ଚକିତ ରହି ଗଲେ ସବୁ


ଜୟକାର ହେଲା ତାଙ୍କ।୪।


ବିଶ୍ବର ମଧ୍ୟରେ ସନାତନ ଧର୍ମ


ଅଙ୍କୁରିତ ହେଲା ତହୁଁ,


ଅଧିକ ଆଗ୍ରହ ହିନ୍ଦୁ ଧର୍ମ ପ୍ରତି


ଗୁଞ୍ଜନ କରିଲା ତହୁଁ।୫।


ଶିଶୁ କାଳୁ ସେହୁ ଧର୍ମ ପଥଗାମୀ


ହିନ୍ଦୁ ଧର୍ମ ପ୍ରଚାରକ,


ଏକହିଁ ଉଦ୍ଦେଶ୍ୟ ଥିଲା ପ୍ରାଣ ମଧ୍ୟେ


ପ୍ରଭୁଙ୍କ ଦର୍ଶନ ତାଙ୍କ।୬।


ଜନ ଦରିଦ୍ରତା ଜନ ଅଶିକ୍ଷିତ


ମର୍ମାହତ କଲା ତାଙ୍କୁ,


ଛବିଶ ବର୍ଷରେ ଘର ଛାଡ଼ି ଦେଲେ


ଦୁଖିତ କରିଲା ତାଙ୍କୁ।୭।


ବିଶ୍ବ ବୁଲି ବୁଲି ପ୍ରଚାର କରିଲେ


ଧର୍ମ ସନାତନ ତହିଁ,


ସର୍ବମାନ୍ୟ ହେଲା ହିନ୍ଦୁ ଧର୍ମ ଆମ୍ଭ


ତାପରି ଟି ଆଉ ନାହିଁ।୮।


ଜନ୍ମ ନାମ ତାଙ୍କ ନରେନ୍ଦ୍ର ନାଥ


କଲିକତାରେ ସେ ଜନ୍ମ


୧୨ ଜାନୁଆରୀ ୧୮୬୩ ହିଁ ସେ


ଶୁଭ ମୂହୁର୍ତ୍ତରେ ଜନ୍ମ।୯।


ଚାରି ଜୁଲାଇ ୨୯୦୨ ମସିହା


ପ୍ରଭୁ ଚରଣେ ଗମନ।୧୦।


ଜୁଲାଇ ଚାରି ସେ ତିରୋଧାନ ତାଙ୍କ


ଚାଳିଶ ନଅ ବୟସ


ଦୀପ ଲିଭି ଗଲା ବେଲୁଡ଼ ମଠରୁ


ପୂର୍ଣ୍ଣତିଥି ଏ ଦିବସ।୧୧।


ବିବେକାନନ୍ଦଙ୍କ ପୂର୍ଣ୍ଣତିଥି ଆଜି


କୋଟି ପ୍ରଣିପାତ ମୋର,


ଶ୍ରଦ୍ଧାଞ୍ଜଳି ମୋର ତାଙ୍କରି ଚରଣେ


ଜୀବନେ ଆଦର୍ଶ ମୋର।୧୨।


ବେଦାନ୍ତର ସେହୁ ଆଧ୍ୟାତ୍ମିକ ଗୁରୁ


ଧର୍ମ ପ୍ରଚାରକ ସେହୁ,


ପରିଚିତ କଲେ ସନାତନ ଧର୍ମ


ବିଶ୍ବର ମଞ୍ଚରେ ସେହୁ।୧୩।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics