Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Narayan Sethi

Tragedy Inspirational Children

4  

Narayan Sethi

Tragedy Inspirational Children

ରାଗ ନୁହେଁ ବିକଳ୍ପ ଜୀବନର

ରାଗ ନୁହେଁ ବିକଳ୍ପ ଜୀବନର

1 min
249


ମନଟା କାହିଁକି ସ୍ଥିର ନାହିଁ 

କଣ ସବୁ ବିଭିନ୍ନ ପ୍ରଶ୍ନ ଆସୁଛି

କେମିତି ସମ୍ପର୍କ ଏଇ 

କେବେକେବେ ରାଗ ରୁଷା

ପୁଣି କେବେକେବେ 

ଭାରି ଭାରି ମିଠା ମିଠା କଥା ।


ରାଗିଲେ ସମୟରେ ସାଥ ଦେବକୁ 

ଜମାରୁ ଇଚ୍ଛା ହେଉନି 

କାରଣ ମୁଁ ତ ରାଗୁଛି କେବଳ 

ମୋ ନିଜର ନିଜ ସମ୍ପର୍କରେ ଥାଇ ।


ମଣିଷର ପ୍ରକୃତ ସ୍ୱଭାବ 

ରାଗେନି ସେ ଅନ୍ୟ 

ଅଜଣା ଲୋକଙ୍କ ଉପରେ

ରାଗେ ବାସ ନିଜ ରକ୍ତ 

କିମ୍ବା ଖାସ ନିଜର ଲୋକ ଉପରେ ।


ରାଗ ଆଉ ଅଭିମାନ ଆସେନି 

କେଉଁ ଅନ୍ୟ ଏକ ରାଇଜରୁ

ସେତ ଏମିତି ସୃଷ୍ଟି ହୁଏ

ଯେଉଁଠି ଦେଖେ ଏତ ନିଜର

ମୁଁ ରାଗିଲେ ବି ମୋର 

ମୁଁ ଋଷିଲେ କି ଅଭିମାନ କଲେ ବି

ତଥାପି ସେ କେବଳ ମୋର ।


ହଁ ରାଗ ଭଲ ସମ୍ପର୍କକୁ 

ଖଣ୍ଡ ଖଣ୍ଡ କରି ନଷ୍ଟ କରିଦିଏ

ଅନେକ ସମୟରେ ଗଢିଥିବା 

ସ୍ୱଚ୍ଛ ଆଉ ନିବିଡ ସମ୍ପର୍କକୁ

ସବୁ ଦିନ ପାଇଁ ମାଟିରେ ମିଶେଇ ଦିଏ ।


ରାଗ ଓ ଅଭିମାନ 

ସେ ଦୁହେଁ ଆମ ଦେହର

ଆଉ ଆମ ମନରୁ ଜାତ

ଆମେ ଚାହିଁଲେ ବଦଳାଇ ପରିବା

ଭାଙ୍ଗି ଯାଇଥିବା ସମ୍ପର୍କକୁ 

ଆଉ ଥରେ ପୂର୍ବ ପରି

ନୁଆଁ ପରିବର୍ତ୍ତନ ଆଣି ପରିବା ।


ରାଗ ଅଭିମାନ ନୁହଁଇ 

ଏକ ବିକଳ୍ପ ଆମ ଜୀବନର

ବାସ ପ୍ରେମ ଆଉ ସ୍ନେହ ଶ୍ରଦ୍ଧା

ସବୁ ଦିନ ପାଇଁ ବାନ୍ଦୀ ରଖେ ଏ ସମ୍ପର୍କ ।



Rate this content
Log in