Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Classics Children

4  

Aishwarya Mishra

Classics Children

ଆସୁଛି କାଳିଆ ସୁନା

ଆସୁଛି କାଳିଆ ସୁନା

1 min
137


କଳା ମେଘ ପରି ଦେଖ ଲୋ

ଆସୁଅଛି କାଳିଆ

ମନ କଥା ସବୁ ବୁଝେ ଲୋ

ଗିରିବର ତୋଳିଆ ।


ନନ୍ଦର ନନ୍ଦନ ସୁନ୍ଦର 

କୋଟି କନ୍ଦର୍ପ ରୂପ

ଚୋରି କରିନିଏ ମନ ଲୋ

ଚାରୁ ଚାନ୍ଦ ଶ୍ରୀମୁଖ ।


ହାତ ପାଦ ନାହିଁ ଦେଖ ଲୋ

ଚଢେ ନନ୍ଦିଘୋଷରେ

କୋଟି ଭକତଙ୍କୁ ନଚାଏ

ଘଣ୍ଟ -ଘଣ୍ଟାର ସୁରେ ।


ଶ୍ରୀକ୍ଷେତ୍ର ପଡୁଛି ଉଛୁଳି

ଆସେ କଳା ବାମନ 

ଭାଇ ଭଉଣୀଙ୍କ ସଙ୍ଗତେ

ବୁଲି ଯିବ ମୋ ଧନ ।


ନନ୍ଦିଘୋଷ ଅଛି ପ୍ରସ୍ତୁତ 

ଡାକେ, ଆସ ହେ ପ୍ରଭୁ

ବିରାଜ, ଆଜ ମୋ ଉପରେ

ଝରୁ କରୁଣା ସିନ୍ଧୁ ।


ଶୁକ ଦୁଇ ଜୀବ-ପରମ 

ଗାଏ ଆତ୍ମା ସଂଗୀତ

ଡ଼ାହୁକ ଦେଲାଣି ଡ଼ାକରା

ଆସ ଆସ ଭକତ ।


ଆଜି ପରା ରଥ ଯାତରା 

ହସେ କାଳିଆ ସୁନା

ଆତ୍ମା ବଡ଼ଦାଣ୍ଡେ ନାଚଇ

ମୋର ମନ ମଇନା ।


ହସୁଥା' କାଳିଆ ଏମିତି

ଦିଶୁ ଶ୍ରୀମୁଖ ତୋରା

କଳା ରଂଗ ଉଠୁ ଝଟକି

ଝରୁ ଆଶିଷ ଧାରା ।


Rate this content
Log in

Similar oriya poem from Classics