ଅପା
ଅପା
ଅପା ମୋ ଅପା
ବାସ ଚନ୍ଦନ ଟିପା
ଅପାଶୋରା ତା ସ୍ନେହ ଶରଧା
ଝାଇଁକି ଝୁମ୍ପାଝୁମ୍ପା
ଅପା ମୋ ଅପା .
ଖେଳାଉ ଥିଲା ବୁଲାଉ ଥିଲା
ଯେବେ ମୁଁ ଛୋଟ ଥିଲି
କଳି ଝଗଡ଼ା କଜିଆ କରି
ନିମିଷେ ଯାଉ ଭୁଲି
ବାନ୍ଧି ଦିଏ ମୋ ହାତରେ ରାକ୍ଷୀ
ସ୍ନେହ ମମତା ଡୋର
ଖୁଦୁରୁକୁଣୀ ଓଷା କରେ ସେ
ଶୁଭ ମନାସି ମୋର
କଥାରେ ଦିଏ ଦୁଃଖ ଭୁଲେଇ
ରାଗିଲେ ହୁଏ ଖପା
ଅପା ମୋ ଅପା ....
ପାଠକୁ ଥିଲା ଭାରି ମୋ ଡର
ଖୋଲୁ ନଥିଲି ବହି
ସ୍କୁଲ ଯିବାକୁ ଡରୁ ମୁଁ ଥିଲି
ବୁହାଇ ଲୁହ ନଈ
ଲେଖା ପଢାରେ ଲାଗିଲା ମନ
ଅପାର ସ୍ନେହ ପାଇ
ଅବୁଝା ପାଠ ବୁଝାଉ ଥିଲା
କାହାଣୀ କେତେ କହି
ହୃଦୟ ତାର ଭାରି ନିର୍ମଳ
ମନଟା ତାର ସଫା
ଅପା ମୋ ଅପା ....
ନାହିଁ ତା ଛନ୍ଦ ନାହିଁ କପଟ
ହସହସ ତା ମୁହଁ
ରୁପେଲି ଜହ୍ନ ସୁନେଲି ମନ
ମଣି ମୁକୁତା ଖିଅ
ସେଇଥି ପାଇଁ ସଭିଙ୍କ ମନ
ପାରିଛି ସିଏ ଜିଣି
ଶାଶୁ ଶଶୁର ନଣନ୍ଦ ଯାଆ
କଥାରେ ତଙ୍କୁ କିଣି
ପାଠୋଇ ଝିଅ ପାଠୋଇ ବୋହୂ
ଭାରି ଖୁସି ମୋ ବାପା
ଅପା ମୋ ଅପା..