STORYMIRROR

Amarnath Barick

Children

4  

Amarnath Barick

Children

ଅଭିନନ୍ଦନ ଅନନ୍ୟା

ଅଭିନନ୍ଦନ ଅନନ୍ୟା

1 min
297


ବେଲୁନ୍ ଭଳିକୁ ଭଳି ଫୁଲ ସଜାଇଛୁ

ମହମ ବତୀ ସାଥେ ଟୋପି ମଗାଇଛୁ 

କେକ୍ କାଟିବୁ ଧନ ତୁ ତୁ ତୁ ତୁ

ଆମେ କହିବୁ ହ୍ୟାପି ବାର୍ଥଡେ ଟୁ ୟୁ ।


ଥିଲା ଅପେକ୍ଷା ଗୋଟେ ବରଷ ତୋ ପାଇଁ

ଆସିଲୁ ହସ ଖୁସି ଅସରନ୍ତି ନେଇ

ବାଣ ଫୁଟୁଛି ଡିଜେ ବାଜା ବାଜୁଛି ରେ

ଆନନ୍ଦେ ମନ ମୋର ନାଚି ଯାଉଛି ରେ

ଖୁସିର ନିଆଁ ଜଳୁ ହୁ ହୁ ହୁ ହୁ..୍

ଆମେ କହିବୁ ହ୍ୟାପି ବାର୍ଥଡେ ଟୁ ୟୁ ।


ତୁ ଆମର ସପନ ତୁ ଆମ ଜୀବନ

ତୋ ମୁଁହ ଦେଖି ବିତିଯାଉ ଏ ଜୀବନ

ତୋ ପାଇଁ ଏତେ ସବୁ ଅଛି ଆୟୋଜନ

ଆଉ କିବା ହୋଇବ ଲୋଡ଼ା ପ୍ରୟୋଜନ

ମିଳି ଯାଇଛୁ ସୁନା ତୁ ତୁ ତୁ ତୁ

ଆମେ କହିବୁ ହ୍ୟାପି ବାର୍ଥଡେ ଟୁ ୟୁ ।


ଫୁଲ ବରସୁ ଥାଉ ତୋର ଚଲାପଥେ 

କାଳିଆ କରୁଣା ରହୁ ପୁଣି ତୋ ସାଥେ 

ଡାକୁଛି ହାତ ଯୋଡ଼ି କରୁଣ କଣ୍ଠରେ 

ମଙ୍ଗଳ ମନାସୁଛି ମଙ୍ଗଳା ପାଖରେ 

ହସିଦେ ଗୁଲୁ ଗଲୁ ତୁ ତୁ ତୁ ତୁ

ଆମେ କହିବୁ ହ୍ୟାପି ବାର୍ଥଡେ ଟୁ ୟୁ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children