STORYMIRROR

Amarnath Barick

Children

4  

Amarnath Barick

Children

ଭୂମି'ର ଶୁଭ ଜନ୍ମଦିନେ

ଭୂମି'ର ଶୁଭ ଜନ୍ମଦିନେ

1 min
352

ଅନେକ ଜପ ତପ ଫଳେ

ପାଇଛୁ ତୋତେ ଆମ କୋଳେ ।

ତୁ ଆମ ହୃଦୟ ଶଙ୍ଖାଳି

ନୟନ ମଣି ଗଳା ମାଳି ।

ଶ୍ରୀକୃଷ୍ଣ ପ୍ରଭୁ ପାଦ ତଳେ

ନିତି ପ୍ରଣତି ମୁହିଁ ଢାଳେ ।

ନ ଲାଗୁ ତୋ ଦେହରେ ଧୂଳି

ଦୟା କରନ୍ତୁ ବନମାଳି ।

ଦୁଃଖ ଶୋକର ଛାୟା ମାତ୍ର

ନଛୁଉଁ ହୁଅ ସୁଖେ ପାତ୍ର ।

କା ସଙ୍ଗେ ନକରିବ କଳି

ଥିବ ସଭିଙ୍କ ସାଥେ ଚଳି ।

ଶଙ୍କଟ ବେଳରେ ଇଶ୍ବର 

ସାହାଯ୍ଯ କର ଚକ୍ରଧର ।

ଶ୍ରଦ୍ଧା ସୁମନ ହସ୍ତେ ତୋଳି

ମଧୁ ବଚନ ମୁଖେ ଭାଳି ।

ରହିବୁ ସମୟର ସହ

ଯେମନ୍ତ ଚନ୍ଦ୍ର ସୂର୍ଯ୍ୟ ଗ୍ରହ ।

ଜାଳିବୁ ସତ୍ୟର ଦୀପାଳି

ମିଥ୍ୟାକୁ ପାଦେ ଦେବୁ ଦଳି ।

ନୀଳାଚଳିଆ ତୋ କମଳେ

ସଞ୍ଜ ସକାଳେ ଦୀପ ଜାଳେ ।

ଏତିକି ମାତ୍ର ମୋର ଅଳି

ଜଗା ଭରିଦେ ମୋର ଥାଳି ।

ଭୂମି'ର ଶୁଭ ଜନ୍ମ ବେଳେ

ତାକୁ ରଖିବ ଭୁଜ ତଳେ ।

ବାଢ଼ୁଛି ପାଦେ ପୁଷ୍ପାଞ୍ଜଳି

ଦିଅ ଆଶିଷ ବାରେ ଢ଼ଳି ।

କୃପାସିନ୍ଧୁ ତୋ କୃପା ଜଳେ

ଉତ୍ସର୍ଗ ଏ କବିତା ମାଳେ ।

ଲେଖୁଛି ମୋ କଲମ ତୂଳୀ

ସେ ଆମ ନୟନ ପିତୁଳି ।

ଚତୁର୍ଥ ବର୍ଷେ ପଦାର୍ପଣ

ପାଦ ଥାପିଲା ସେହୁ ପୁଣ ।


Rate this content
Log in

Similar oriya poem from Children