STORYMIRROR

Amarnath Barick

Children

4  

Amarnath Barick

Children

କହିଲ ଦେଖି

କହିଲ ଦେଖି

1 min
232


ପୁରୁଣା ମସିହା ଯିବଟି ଚାଲି

ନୂତନ ମସିହା ଆସିବ କାଲି ।

ଦୁଇ ଶୂନ୍ୟ ଦୁଇ ଚାରି ହଜିବ

ଦୁଇ ଶୂନ୍ୟ ଦୁଇ ପାଞ୍ଚ ଆସିବ ।

ଡିସେମ୍ବର ଥାର୍ଟିଫାଷ୍ଟ ପରେ

ଜାନୁଆରୀ ଏକ ଆସଇ ଧିରେ ।

ଆସ ପିଲେ ଆଜି ଜାଣିବା ଆସ

ଇଂରାଜୀରେ ତାକୁ କୁହନ୍ତି କିସ ?

( ଉ -: New year )


ଥିଲା ଦିନେ କେତେ ଚିଠି ପତର

ଲେଖାରେ ଦରଦି ପ୍ରେମ ଆମର ।

ଏବେ ମୋବାଇଲ୍ କରୁଛି ଖେଳ

ଜଣା ପଡୁନାହିଁ ସରୁଛି ବେଳ ।

ନବବର୍ଷ ଆଗ ପନ୍ଦର ଦିନୁ

ଲେଖୁଥିଲୁ ବାର୍ତ୍ତା ଭାବି ମନରୁ ।

ସେହି ଶୁଭେଚ୍ଛାର ପତ୍ର ଖଣ୍ଡିକୁ 

ଇଂରାଜୀରେ କ'ଣ କହନ୍ତି ତା'କୁ ?

( ଉ -: greetings )


ଇଂରାଜୀ ପ୍ରଥାକୁ ଆଗେଇ ନେଲେ

ଆମ ପରମ୍ପରା ସବୁ ଭୁଲିଲେ ।

ନୁହେଁ ସିନା ହିନ୍ଦୁ ନବ ବରଷ

ତଥାପି ସଭିଏଁ ହର୍ସ ଉଲ୍ଲାସ ।

ନୂଆ ଜାଗା ବୁଲି ଦେଖିଣ ଥାଉ

ବଣ ଭୋଜି କରି ଏକାଠି ଖାଉ ।

ସାଙ୍ଗ ସାଥି ମେଳେ ଯୁଆଡ଼େ ଯାଉ

ଇଂରାଜୀରେ ତାକୁ କଅଣ କହୁ ?

( ଉ -: picnic )


ପିଠା ପଣା ଘରେ ଖୁସିରେ କରୁ

ନବ ବରଷକୁ ସ୍ବାଗତ କରୁ ।

ତୁଳସୀ ଚଉଁରା କରୁ ପୂଜନ

ଇଷ୍ଟ ଦେବତାଙ୍କ ପାଖେ ଭଜନ ।

ବୈଶାଖ ମାସରେ ପାଳିତ ଏହା

ଆମ ସଂସ୍କୃତିରେ ମହାନ ତାହା ।

ଅଛି ଆମ ନବ ବରଷ ଯେଉଁ

ଓଡ଼ିଆରେ ଆମେ କାହାକୁ କହୁ ?

( ଉ -: ପଣା ସଂକ୍ରାନ୍ତି )




Rate this content
Log in

Similar oriya poem from Children