Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amarnath Barick

Inspirational

4  

Amarnath Barick

Inspirational

ଅଯୋଧ୍ୟାର ରାମଲାଲା

ଅଯୋଧ୍ୟାର ରାମଲାଲା

1 min
4



ରାମରାଜ୍ୟ ଆଜି ସୃଷ୍ଟି ହୋଇଲା

ଗାନ୍ଧୀଙ୍କ ସପନ ପୂରଣ ହେଲା

ପ୍ରତି ଘରେ ପ୍ରତି ନଗର ପଲ୍ଲୀରେ

ରାମମୟ ପ୍ରେମ ବିତରି ଗଲା ।


ଅଯୋଧ୍ୟା ନଗରୀ ରାମ ଧ୍ବନିରେ

ମନ୍ଦ୍ର ପ୍ରକମ୍ପିତ ହୋଇ ଉଠେରେ

ଶଙ୍ଖନାଦ ଦୀପ ପ୍ରଜ୍ବଳିତ ହୋଇ

ପ୍ରଭୁ ଶ୍ରୀରାମଙ୍କୁ ସ୍ଵାଗତ କରେ ।


ଛାଡ଼ି ଲୋଭ ମୋହ ମାୟା ସଂସାରେ

ଭଜୁଛନ୍ତି ରାମ ନାମକୁ ଜନେ

ଶାଶ୍ଵତ ସତ୍ୟ ଏ ନାମଟି ଅନ୍ତରେ

ନେବା ପାଇଁ ହୁଏ ନିଶ୍ଚିତ ଦିନେ ।


ହିନ୍ଦୁ ମୁସଲ୍ମାନ ଶିଖ ଇଶାଇ

ଭବ୍ୟ ଉତ୍ସବରେ କାନ୍ଧ ମିଳାଇ

ବିଗ୍ରହ ମୂର୍ତ୍ତିକୁ ସ୍ଥାପନ କରିଲେ

ଆମେ ଭାଇଭାଇ ଭାବକୁ ନେଇ ।


ସନାତନ ଧର୍ମ ମୂଳ ମନ୍ତ୍ରଟି

ସତ୍ୟ ଅହିଂସା ଓ ଦୟା କ୍ଷମାଟି

ଜାତି ନୁହେଁ କେବେ ଅଲଗା ଅଲଗା

ଆମେରେ ମନୁଷ୍ୟ ଏକ ଜାତିଟି ।


ଥିଲା ଦିନେ ଏହି ସ୍ବପ୍ନ ଗାନ୍ଧୀଙ୍କ

ଆମେ ହୋଇଯିବା ସଭିଏଁ ଏକ

ଉଚ୍ଚ ନୀଚ୍ଚ ଭାବ ମନରେ ନ ରଖି

ରଖିଯିବା ଦେଶ ଜାତିର ଟେକ ।


ଅନ୍ୟାୟ ଦୁର୍ନୀତି ତେବେ ହଟିବ

ସୁନାର ଭାରତ ଗଠନ ହେବ

ରାତି ବାରଟାରେ ନାରୀଟିଏ ଜାଣ

ମୁକ୍ତ ହୋଇ ଯେବେ ବୁଲି ପାରିବ ।



Rate this content
Log in

Similar oriya poem from Inspirational