Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amarnath Barick

Abstract Inspirational

4  

Amarnath Barick

Abstract Inspirational

ସ୍ବଭାବ କବି ଗଙ୍ଗାଧର ମେହେର

ସ୍ବଭାବ କବି ଗଙ୍ଗାଧର ମେହେର

1 min
345



ଅଗଷ୍ଟ ନଅ'ରେ ସେବତୀ ମା' କୋଳେ ଜନମ ହୋଇ

ଅମର ଲଭିଲେ ସାହିତ୍ୟକୁ ନିଜ ଜୀବନ ଦେଇ ।

ପଢ଼ିଥିଲେ ସିନା ପଞ୍ଚମ ଯାଏଁ ସେ ନଥିଲେ ଦ୍ୱନ୍ଦି

ଜାଣିଥିଲେ ଭାଷା ବଙ୍ଗଳା ସଂସ୍କୃତ ଇଂରାଜୀ ହିନ୍ଦୀ ।


ରହୁଥିଲେ ଗର୍ବ ଅହଂକାର ଠାରୁ ବହୁ ଦୂରରେ

ଲେଖୁଥିଲେ କାବ୍ୟ କାଷ୍ଠ କୋଇଲାର ମୁଣ୍ଡା କଳାରେ ।

କବିତା କଲ୍ଲୋଳ ଅଯୋଧ୍ୟାର ଦୃଶ୍ୟ ଅପୂର୍ଣ କାବ୍ୟ

ପ୍ରଣୟ ବଲ୍ଲରୀ କୀଚକବଦ୍ଧ ଓ ପଦ୍ମିନୀ ଅର୍ଘ୍ୟ ।


ଲେଖନୀ ଚଳାଇ ସୁରକ୍ଷା କବଚ ଭାଷାକୁ ଦେଲେ

ସେଲାଗି ସମାଜେ ପ୍ରକୃତି କବିର ଉପାଧି ନେଲେ ।

ପ୍ରକୃତି ରାଣୀର ସୌନ୍ଦର୍ଯ୍ୟ ସୁଷମା ରଚନା କରି

ମାତୃଭାଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ।


କିଞ୍ଚିତେ ବଖାଣି କବିଙ୍କ କାହାଣୀ ଅମରନାଥ

ମାଗେ ଭାଷାଜ୍ଞାନ ଦାନକର ମୋତେ ବାଂମୟ ପଥ ।

ଶହେତମ ପୁଣ୍ୟ ତିଥି ସମାରୋହ ଅବସରରେ

ଘେନ ଶ୍ରଦ୍ଧାଞ୍ଜଳି ବାଢ଼ୁଛି ମେହେର ଭକତି ଭରେ ।।




Rate this content
Log in

Similar oriya poem from Abstract