Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amarnath Barick

Action

3  

Amarnath Barick

Action

ଜାତୀୟ ଚରିତ୍ର

ଜାତୀୟ ଚରିତ୍ର

1 min
124



ତୁ ତ ମୁତୁରୀ ମୁଁ ତ ମୁତୁରୀ

ହେଂସ କାଇଁ ପାଇଁ ଧୋଇବା

ଆଲୋ ମୁତୁରୀ ଆମେ ଦୁହେଁ ଏବେ

ସାଙ୍ଗସୁଙ୍ଗା ହୋଇ ଶୋଇବା ।

ଗୋଟାଏ ଥାଳିରେ ଖାଇବା

ଯାହା ବଞ୍ଚିଯିବ ବଳକା ଅଇଁଠା

ବୁଲା କୁକୁରଙ୍କୁ ଖୋଇବା ।


ଦିନ ରାତି ଆମ ପାଦ ଚାଟିଛନ୍ତି

ତାଙ୍କୁ କିଆଁ ଆମେ ଛାଡ଼ିବା

ସମୁଦ୍ରରୁ ପାଣି ଅନେକ ଆସୁଛି

ଆଞ୍ଜୁଳାଏ କାଢ଼ି ପେଇବା ।

ରାଜନୀତି ଖେଳ କରିବା

ଯେଉଁ କୁଜିନେତା ମୁହଁଟି ଖୋଲିବ

ତାଙ୍କ ମୁଣ୍ଡେ ଅଠା ବୋଳିବା ।


ଜନତାଙ୍କୁ ପୁଣି ଭକୁଆ ସଜେଇ

ଚୋଖା ପଣସ ଖାଇବା

ଇଲେକ୍ସନ ବେଳେ ଖର୍ଚ୍ଚ କରିଥିଲେ

ସବୁ ଏଠୁ ଉଠେଇବା ।

କାହାକୁ ବା କାହିଁ କହିବା !

ପଦାରେ କେବଳ ବିଜେଡ଼ି ବିଜେପି

ଭିତିରିଆ ଏକ ହୋଇବା ।


ଥରେ ଆସିଥାଏ ମଉକା ଜୀବନେ

ହାତଛଡ଼ା କାହିଁ କରିବା

ଉପରେ ଉପରେ ପାଣି ସିଞ୍ଚି ଦେଶ

ଭିତରଟା ଖୋଳ କରିବା ।

ଦୁନିଆ ଯୋଜୋନା କାଢ଼ିବା

ଗରିବ ନାମରେ ନିଜ ପକେଟକୁ

ଆଗ ଭଲକରି ଭରିବା ।


ସତ କଥା ଯଦି ଆମେ କହିଦେବା

ଅପ୍ରିୟ ନିହାତି ହୋଇବା

ରାଜନୀତି ଖେଳ ବଡ଼ ଗଣ୍ଡଗୋଳ

ଆମେ ଏଠି କିଆଁ ପଶିବା

କାନ ମୁଣ୍ଡ ଆଉଁସିବା ।

ଗାନ୍ଧୀଜିଙ୍କ ଉପଦେଶ ମାନି ତିନି

ମାଙ୍କଡ଼ ପରିକା ହେବା ।



Rate this content
Log in

Similar oriya poem from Action