ପଲ୍ଲୀବାଳା
ପଲ୍ଲୀବାଳା
ସାଉଁଳା ଶୀତର କୁହୁଡ଼ିରେ ଭିଜା
ଚୁନା ଚୁନା ସ୍ମୃତିମାନ
କଅଁଳ କାକରେ ଝରା ଶିଉଳିର
ବାସଝରା ଅଭିମାନ,
କେଉଁ ପଲ୍ଲୀବାଳା ନରମ ପାଦର
ସରମୀ ଅଳତା ଦାଗ
ପଥ ପିଠିପରେ ଶୋଇ ଶୋଇ ଆଙ୍କେ
ପ୍ରଣୟର ଅନୁରାଗ ,
ସଞ୍ଜ ନଇଁଲେ ପଲକେ ରାଣରେ
ସପନ କରଇ ଟାହି
କାହିଁ ତୁମ ବିନା ଶୂନ୍ୟତା ସାଉଁଟି
ରାତିଟା ନଯାଉ ପାହି ।।
ତପନ ଦୀକ୍ଷିତ (ବେଳାଭୂମି)