Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangeeta Barik

Abstract

3  

Sangeeta Barik

Abstract

ଜୀବନ ଗୀତି

ଜୀବନ ଗୀତି

1 min
197



ଛନ୍ଦହୀନ ହେଉ ଅବା ରସପୂର୍ଣ୍ଣ

   ଜୀଇଁବାକୁ ହୁଏ ଏଇ ଜୀବନ,

ଦୁଃଖ ବିଛଣାରେ ଉଜାଗର ରହି

   ଦେଖିବାକୁ ପଡେ ସୁଖ ସପନ ।

ଦିବା ଆଲୁଅରେ ସ୍ମିତ ହସ ହସି

   ରାତ୍ରି ଆଢୁଆଳେ ଝରାଏ ଲୁହ,

ମଧୁଭାଷା ଭାଷି ନିଏ ଆପଣେଇ

   ଅନ୍ତରେ ମୁଦିତ ଆକାଶେ କୋହ ।

ଜୀବନ ଯାତ୍ରାରେ ମୁଖେ ରଙ୍ଗ ବୋଳି

   ଭିନ୍ନ ଚରିତ୍ରରେ ଦେଖାଏ କଳା,

ରଜନୀ ପାହିଲେ ଦର୍ଶକ ଫେରିଲେ

   ଅନ୍ତର ନେପଥ୍ୟେ ଅସହ୍ୟ ଜ୍ଵାଳା ।

ଜୀବନ ପୁସ୍ତକେ ପୄଷ୍ଠା ଓଲଟେଇ

   ଭିନ୍ନ ଅଧ୍ୟାୟକୁ ରଟଇ ନିତି,

ବେସୁରା ଫାଟରେ ସପ୍ତସୁର ନେସି

   ଗାଉଥାଏ ସଦା ଜୀବନ ଗୀତି ।



Rate this content
Log in

Similar oriya poem from Abstract