STORYMIRROR

Ranjan kumar Mohanty

Abstract

3  

Ranjan kumar Mohanty

Abstract

ସ୍ମୃତି

ସ୍ମୃତି

1 min
209


ସ୍ମୃତି ଗୋ ତୁମେ କାହା ଭାବନାରେ 

ପୁନେଇଁ ଜହ୍ନର ରାତି 

ସ୍ମୃତି ଗୋ ତୁମେ କାହା ପାଇଁ ପୁଣି 

ସାଜ ଉଆଁସର ତିଥି 

କା ପାଇଁ ଚୋରା ପୀରତି 

ସ୍ମୃତି ଗୋ ତୁମେ ଅତୀତ ପୃଷ୍ଠାକୁ 

ଓଲଟାଉ ଥାଅ ନିତି ।


ସ୍ମୃତି ଗୋ ତୁମେ କା ପାଇଁ ଶ୍ରାବଣୀ 

ଲୁହଭିଜା ବିଛଣାରେ 

ସ୍ମୃତି ଗୋ ତୁମେ କା ପାଇଁ ବସନ୍ତ 

ସମ୍ପର୍କର ଗହଣାରେ 

କେବେ ଦୁଃଖ ଯନ୍ତ୍ରଣାରେ 

ସ୍ମୃତି ଗୋ ତୁମେ ଚିର ସହଚରୀ

ହସ ଅବା କାନ୍ଦଣାରେ ।


ସ୍ମୃତି ଗୋ ତୁମେ ପଥ ପ୍ରଦର୍ଶକ 

ଅତୀତର କଣ୍ଟାଛାଟେ 

ସ୍ମୃତି ଗୋ ତୁମେ ପରାଣ ବାନ୍ଧବୀ 

ଜୀବନ ଅମଡ଼ା ବାଟେ 

କେବେ କିଳିଲା କବାଟେ 

ସ୍ମୃତି ଗୋ ତୁମେ ନିଜକୁ ଚିହ୍ନାଅ 

ପ୍ରିୟଜନଙ୍କ ଆକଟେ ।



Rate this content
Log in

Similar oriya poem from Abstract