STORYMIRROR

Ranjan kumar Mohanty

Abstract

3  

Ranjan kumar Mohanty

Abstract

ଆଧୁନିକତା

ଆଧୁନିକତା

1 min
146


ଆଧୁନିକତା ଯେ ପ୍ରଶ୍ନବାଚୀ ଏଠି 

ଅପସଂସ୍କୃତି ଯେ ଉତ୍ତର ତାର 

ଭୋକର ଭୂଗୋଳ ଅକ୍ଷୂର୍ଣ୍ଣ ରହିଛି 

ପ୍ରତିଦିନ ମିଳେ ଏକା ଖବର 

ନଗ୍ନତା ହୋଇଛି ସାର

ମଣିଷ ବିକୁଛି ମଣିଷ ପଣିଆ 

ଦୟନୀୟ ଛବି ଏ ସମାଜର 


ନଗଡାର ଶିଶୁ,ନାରୀ ନିର୍ଯାତନା 

ଆଧୁନିକତାକୁ ପଚାରେ ପ୍ରଶ୍ନ 

ଆଧୁନିକତା ଯେ ବସ୍ତ୍ରରେ ସୀମିତ 

ମଉଳିଛି ଏଠି ଗରିବ ସ୍ବପ୍ନ 

ସଭିଏଁ ସ୍ୱାର୍ଥରେ ମଗ୍ନ 

ଆଧୁନିକତାର ଦ୍ୱାହି ଦେଇ ଏଠି 

ଆସି ପହଁଚିଲା ଅଶୁଭ ଲଗ୍ନ 


ଆଧୁନିକତା ଯେ ସଭିଏଁ ଲୋଡ଼ନ୍ତି 

କଟକରୁ କଳାହାଣ୍ଡି ପର୍ଯ୍ୟନ୍ତ 

ଗମନାଗମନ ଶିକ୍ଷା ପୁଣି ସ୍ୱାସ୍ଥ୍ୟ 

ଆବଶ୍ୟକତାର ନବ ଦିଗନ୍ତ 

କେବେ ହୋଇବ ତା ଅନ୍ତ 

ଆଧୁନିକତା ଯେ କେତେ କ୍ରିୟାଶୀଳ 

ବିଚାର କରନ୍ତୁ ବିଚାରବନ୍ତ ।


Rate this content
Log in

Similar oriya poem from Abstract