Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Ranjan kumar Mohanty

Abstract

3  

Ranjan kumar Mohanty

Abstract

ଦୁର୍ଘଟଣା

ଦୁର୍ଘଟଣା

1 min
178


ଅଙ୍କା ବଙ୍କା ଏଇ ଜୀବନର ପଥ 

ମଣିଷ ଚାଲୁଛି ହୋଇ ଅଜଣା 

ଦୁଃଖ କାଦୁଅରେ କେବେ ଗୋଡ଼ ଖସେ 

ସୁଖ କରଇ ପୁଣି ବାଟବଣା 

କେବେ ପୁଣି ଦୁର୍ଘଟଣା 

ତଥାପି ଚାଲିଛି ନ ଥକି ମଣିଷ 

ଅଣ୍ଡାଳି ଅଣ୍ଡାଳି ଶେଷ ଠିକଣା 


ସୁଖ ମୋଡ଼ ଯାଏ ବାଟ ଯେ ଅଳପ 

ଦୁଃଖ ମୋଡ଼ ଯାଏ ବାଟ ଅଧିକ 

କରମ ଶଗଡ଼ ଗଡି ଗଡି ଚାଲେ 

ପାପ ପୁଣ୍ୟ ତାର ବଳଦ ଯାକ 

ଖାଲ ଢିପ ଦୁଇ ପାଖ 

ଦଇବ ଛାଟରେ ଗାଡି ଚାଲେ ଗଡି 

ଆଗକୁ ପଡିଛି ଫାଙ୍କା ସଡ଼କ 



ଜୀବନ ପଥରୁ ରାଜପଥ ଯାଏ 

ନିୟମ ମାନିବା ଆମ ଦାୟିତ୍ୱ 

ସଚେତନ ହେଲେ ଦୁର୍ଘଟଣା ଜମା 

ଘଟିବନି ଏଠି ଏକଥା ସତ 

ଜୀବନର ଚଲାପଥ 

ଶେଷ ଠିକଣାରେ ପହଞ୍ଚେଇ ଦେବ

ଧୈର୍ଯ୍ୟ ରଖିଥିଲେ ଦିନେ ନିଶ୍ଚିତ ।


Rate this content
Log in

Similar oriya poem from Abstract