ଜନମୁଖ ବାଣୀରେ ମୁଁ
ଜନମୁଖ ବାଣୀରେ ମୁଁ
କେତେ ମୁଁ ନିର୍ବୋଧ !
ଭାବିଥିଲି ତୋଳିବି ମୁଁ
ପ୍ରେମର ସଉଧ,
ପୁଞ୍ଜି ପୁଞ୍ଜି ଶବ୍ଦ ଯୋଡି
ଲେଖନୀର ନିହାଣରେ
କଳ୍ପନାର ଶିଳାନ୍ୟାସ ଦେଲି.,
ହେଲେ କିନ୍ତୁ ତା ପାଖରେ
ନଥିଲା ମୋ କବିତାର
ଜମ୍ମା ମୂଲ୍ୟ ବୋଧ..,
ଜନମୁଖ ବାଣୀରେ ମୁଁ
ସାଜିଲି ବିଦଗ୍ଧ,
ଭାବନାର ଆରୋହଣ
ଅବରୋହଣର
ହୃଦୟ ବି ପାଏ ନାହିଁ ଭେଦ,
ଜୀଵନ ଜହର ପିଇ
ଛଟପଟ ହୁଏ ସିନା
ମରି ବି ପାରିନି ମରି
ହେଲେ ମାତ୍ର ଥରଟିଏ
ତା ପାଇଁ ବଞ୍ଚିବା ଲାଗି
ଆଜିବି ମୁଁ ଖୋଜୁଛି ବଇଦ
ସତେ ! କେତେ ମୁଁ ନିର୍ବୋଧ...।।
ତପନ ଦୀକ୍ଷିତ (ବେଳାଭୂମି)୮.୧୦.୧୭