STORYMIRROR

Gitanjali Pujapanda

Romance

4  

Gitanjali Pujapanda

Romance

ତୁମେ ମୋ ସାଇତା ବହି

ତୁମେ ମୋ ସାଇତା ବହି

1 min
207


 କବାଟ କୋଣ ର ଏକ ଛୋଟ ଛିଦ୍ର ଦେଇ ବାହାରକୁ ଚାହୁଁ ଥିଲା ଶ୍ରୀଜିତା ।ଆଖି ତାର କାହାକୁ ଖୋଜୁଛି ଜାଣିପାରୁ ନ ଥିଲା ସେ ।ହାତ ରେ ରଙ୍ଗୀନ ରୁଣୁ ଝୁଣୁ ଚୁଡି ମଥା ରେ ବଡ଼ ଲାଲବିନ୍ଦି କୁ ବନାରାସି ଗଢ଼ା ଲାଲ ରଙ୍ଗ ର ଶାଢ଼ୀ ତା ଗୋରା ଦେହ କୁ ବେଶ ମାନୁଥିଲା।

କିଛି କାହାକୁ ନ କହି ଖାଲି ନିରିକ୍ଷଣ କରୁଥିଲା କବାଟ ବାହାର ର ପ୍ରତିଟି ଶବ୍ଦ ର ଧ୍ୱନି କୁ ।କିଏ କହୁଥିଲା ଏ ମାଆ ଆମ ନୂଆବୋହୁ ଟି କି ସୁନ୍ଦର ହେଇଛି ,ଝିଅ ଟି ସତେ ଗୋଟେ ଚାଉଳ ରେ ଗଢା ନଖ ଠାରୁ ନାସିକା ପର୍ୟ୍ଯନ୍ତ କିଛି ବି ଖୁଣ ନାହିଁ।

ଆଉ ଜଣେ କହୁଥିଲେ ସୁନ୍ଦର ସିନା ରୂପ ତାର ଗୁଣ ସୁନ୍ଦର ହେବ ଦରକାର।

ହଠାତ କିଏ ଆସି ଆଖି ରେ ହାତ ରଖିଦିଏ ଟାଣି ଆଣେ ନିଜ ପାଖ କୁ ଶ୍ରୀ ତୁମେ କଣ ଦେଖୁଛ ବାହାରକୁ !!ଶ୍ରୀନିଜ ମୁଣ୍ଡ କୁ ଜୟ ର ଛାତି ରେ ଆଉଜି କିଛି କହିବା ପୂର୍ଵ ରୁ ଆଖି ତାର ଓଦା କରେ ଛାତି ର କୋହ ରେ ।କଣ ହେଲା ଶ୍ରୀ ତୁମ କୁ ଭଲ ଲାଗିଲାନି ମୋ ହାତ ର ସ୍ପର୍ଶ ??

ଶ୍ରୀ ର ମୁହଁ କୁ ଉପରକୁ ଟେକି ଜୟ କହୁଥିଲା ଶ୍ରୀ ତୁମେ ମୋ ସାଇତା ବହି ଆଜି ଯାଏଁ ମତେ ତୁମେ ନିଜେ କୁ ପଢିବା କୁ ସୁଯୋଗ ଦେଇ ନ।ଆଉ ତାକୁ ଓଦା କରିନି ମୋର ଜୀବନ ର ପୁଞ୍ଜି ତୁମେ ମୁଁ ଜୀଇଁବା ବହି ର ପ୍ରତି ପୃଷ୍ଠା କୁ ପଢି ତୁମକୁ ସବୁ ଦୁଃଖ ର ଖରା ବର୍ଷା ଠାରୁ ଦୂର ରଖି।ଶ୍ରୀ ପୁଣି ଆଉଜି ପଡ଼ିଲା ଜୟ ର ଦୀର୍ଘ ଛାତି କୁ ଜାବୁଡି ନିଜ ଭିତର କୋହ କୁ 

ସମ୍ଭାଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance