STORYMIRROR

Gitanjali Pujapanda

Others

3  

Gitanjali Pujapanda

Others

କାହାଣୀର ଶେଷ ଭାଗ

କାହାଣୀର ଶେଷ ଭାଗ

1 min
166

କେବେ ପଢିଛ କି ଜୀବନୀ କାହାଣୀଟିଏ 

ଜୀବନ ବହିର ଫର୍ଦ୍ଦରେ ଲେଖା ଥିବା ଏକ

କାହାଣୀ ପରି କେତେ ବେଳେ କନ୍ଦାଇ ଦୁଃଖ

ଯନ୍ତ୍ରଣାରେ ପୋତି ପକାଏ ଆଉ କେତେ ବେଳେ 

ସୁଖର ସୁଅ ଛୁଟାଇ ଦୁଃଖ କୁ ଭୁଲାଇ ଦିଏ ।

ସମୟର କାନଭାସରେ କିଏ ଆଙ୍କେ ପାପ ଆଉ

ପୁଣ୍ୟର ହିସାବର ଲେଖା ଆଉ କିଏ କାହାକୁ ଦୁଃଖ 

ଦେଇ ଅର୍ଜିଦିଏ ଅଭିଶାପର ମରଣ ଯନ୍ତା।

କିଛି କାହାଣୀର ଶେଷ ନ ଥାଏ ଆଉ କିଛିର ହୁଏ ଦୁଃଖଦ ପରିସମାପ୍ତି ।

ଜୀବନ ବଞ୍ଚିବାର ନା ଜୀବନ ହସଖୁସିର ଏକ ବଣଭୋଜି ପରି

ଜୀବନକୁ କରନ୍ତୁ ଉପଭୋଗ ଦେବତାଙ୍କର କୋଟି

ପୁଣ୍ୟର ଫଳ ଏ ଜୀବନ ଅସରନ୍ତି ଆଶୀର୍ବାଦର 

କର୍ମଫଳକୁ ମିଛ ଅହଂକାର ଗର୍ବର ପଙ୍କରେ ବୁଡ଼େଇ 

ଜୀବନ କାହାଣୀର ଶେଷ ଭାଗଟିକୁ କରନ୍ତୁ ନାହିଁ ରକ୍ତାକ୍ତ କଳୁଷିତ ସମାପ୍ତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍