Gitanjali Pujapanda

Inspirational Children

4  

Gitanjali Pujapanda

Inspirational Children

ଲିନା ର ମାଛଖିଆ

ଲିନା ର ମାଛଖିଆ

4 mins
384


ଲିନା କୁ ମାଛ ସହିତ ଭାତ ଭାରି ପସନ୍ଦ ପୁଣି ବୋଉ ର ହାତ ରନ୍ଧା ।ସକାଳୁ ସକାଳୁ ଉଠି ଜଳଖିଆ ଖାଇଦେଇ ବସିଯାଏ ସେ ମୋବାଇଲ ରେ କ୍ଲାସ କରିବା ପାଇଁ ମଝିରେ ମଝିରେ ଟିକେ ବୁଲାବୁଲି କରି ପୁଣି ଆସି ବସିପଡ଼େ ମୋବାଇଲ ଧରି ବୟସ ମାତ୍ର ଆଠ ବର୍ଷ କିଛି ଖାଇବା ତାକୁ ରୁଚେନା ଖାଲି ମାଛ ଆଉ ଭାତ ଛଡା ,ବାପା ଯଦି ମାଛ ବଜାର ରୁ ନ ଆଣିବେ ଲିନା ର ଗୁଣ୍ଡା ଗଳେ ନି ତଣ୍ଟି ରେ ଅଟକି ଯାଏ ଜେଜେମା ବିରକ୍ତ ହୁଅନ୍ତି ବାପା ଙ୍କର ଉପରେ ପିଲା ଟି ଆମିଷ ନ ହେଲେ ଭାତ ଥାଳି ପାଖ ରେ ବସୁନି ଆଉ ତୁ ତା ପାଇଁ ଟିକେ ମାଛ ଆଣିପାରୁ ନୁ କହି ଫୋନ ରେ ଲିନା କୁ ବୁଝନ୍ତି ମାଆ ତୁ ଗାଁ କୁ ଚାଲିଆସେ ଯେ ଗାଡିଆ ରେ ଗାଡିଏ ମାଛ ଅଛି ସବୁ ଦିନ ତତେ ତରକାରୀ କରି ଦେବି ।ଲିନା ସେ କଥା ରେ ବୁଝି ଯାଏ ରୋଷେଇ ଘରକୁ ଯାଇ ବୋଉ ଯାହା ଦେଲେ କୁନ୍ଥେଇ ମୁଥେଇ ହୋଇ ଖାଇଦେଇ ଆସେ ।ବାପା ତାର ସରକାରୀ ଚାକିରୀ ଖଣ୍ଡେ କରିଛନ୍ତି ବୋଲି ତାଙ୍କ ଘରେ କିଛି ଅଭାବ ନାହିଁ ଏ କରୋନା କାଳ ରେ ବାକି ଦିନ ମଜୁରିଆ ହେଇଥିଲେ ଦୁଇ ଦୁଇ ବର୍ଷ ଲକଡାଉନ ରେ ଯାହା ଖର୍ଚ୍ଚ ବସିଖାଇଲେ ନଇବାଲି ସରିଲା ପରି ସାରିଯନ୍ତା ।ପଡ଼ିଶା ଘର ଝିଅ ମିଲି ଲିନା ର ସାଙ୍ଗ ଦୁହେଁ ଏକା ବୟସ ର ତାକୁ କିନ୍ତୁ ଆମିଷ ଭଲ ଲାଗେନି ସେ କୁହେ ଭଗବାନ ତ ସମସ୍ତଙ୍କୁ ସୃଷ୍ଟି କରିଛନ୍ତି ତା ସହିତ ନାନା ଜାତି ର ପନିପରିବା ,ଫଳ ମୂଳ ସହିତ ଶାଗ ମୁଗ ବି ଆଉ ଆମେ ନିରୀହ ପ୍ରାଣୀକୁ କାହିଁକି ?ମାରି ଖାଇବା ଲିନା କିନ୍ତୁ କୁହେ ମତେ ତ ମାଛ ଚେକେନ୍ ଛଡା ଭାତ ରେ ଆଉ ଯାହା ଲଗେଇ ଖାଇଲେ ତଣ୍ଟି ରେ ଯାଇନି ।ତୁ ସେହି ଘାସ ପୁସ ଖାଉଥା । ଲିନା ର ବୋଉ ଙ୍କର ଭାରି ଦେହ ଖରାପ ଥାଏ କାମ ରୁ ବିଶ୍ରାମ ମିଳୁ ନ ଥାଏ ବୋଲି ।ଲିନା ର ବାପା କହିଲେ ତୁମେ ଯାଇ ତୁମ ଗାଁ ଆଡେ ବୁଲି ଆସ ଘରେ ରହି ରହି ପିଲା ସହିତ ମୋ କାମ କରି ନିଜ କୁ ଭୁଲି ଗଲାଣି ଲିନା ଓ ଲିନା ର ଛୋଟ ଭାଇ ସୋ ମୁ ସହିତ ଲିନା ର ମାଆ ତାଙ୍କ ବାପ ଘର କୁ ଚାଲିଗଲେ ଗ୍ରୀଷ୍ମଛୁଟି ରେ ।ଲିନା କୁ ଯେତେବେଳେ ଚାରିବର୍ଷ ହେଇଥିଲା ସେ ଗାଁ କୁ ଯାଇଥିଲା  ମାତ୍ର ଏବେ ସେ ସବୁ ଅନୁଭବ କରିପାରୁଥିଲା ଆଉ ସବୁ ଦେଖି ଖୁଶି ହେଉଥିଲା ବିଲବାଡି ସହିତ ଫୁଲଫଳ ଗଛ ରେ ଦେଖି। କିଛି ଘଣ୍ଟା ଭିତରେ ସେମାନେ ଗାଁ ରେ ପହଞ୍ଚିଗଲେ ଲିନା ର ଆଇ ଦେଖି ବହୁତ ଖୁସି ହେବା ସହିତ ବହୁତ ଦିନ ପରେ ତାଙ୍କ ନାତି ନାତୁଣୀ କୁ ଦେଖି ବହୁତ ଗେଲ ସେହ୍ନ ଦେଇ ଭିତର କୁ ନେଇ ଗଲେ ।ଲିନା ଆଇ ଘରକୁ ଆଇ ତାର କେତେ ମାଛ ସହିତ କଇଁଛ ଓ କୁକୁଡଘରେ ରଖି ପାଳୁଥିଲେ ସହରରେ ସେ ସବୁ ଲିନା ଦେଖି ନ ଥିଲା ଜୀବନ୍ତରେ । ଏକ ବିରାଟ ବଡ଼ କୁଣ୍ଡ ରେ ପାଣି ରଖି ସେଥିରେ ମାଛ ସବୁ ରଖିଥିଲେ ତା ସହିତ କଇଁଛ ବି । ଯେତେ ବେଳେ ରୋଷେଇ କରିବା ପାଇଁ ଦରକାର ହୁଏ ସେ ସେଥିରୁ କିଛି ମାଛ ନେଇ କଟିକୁଟି ମସଲା ଦେଇ ତରକାରୀ କରି ଘର ର ସମସ୍ତେ ଖାଉଥିଲେ । ଆଇ ସଂଗେ ସହର ରେ ଥିଲା ବେଳେ ଲିନା କଥାବାର୍ତ୍ତା ଫୋନ ରେ ହୁଏ ।ଆଇ ତାର ଜାଣିଥିଲେ ଲିନା କୁ ମାଛ ସହିତ ଭାତ ଭାରି ଭଲ ।ତେଣୁ ସେ ତାକୁ କୋଳେଇ ନେଇ କହିଲେ ମାଆ ରେ ତୁ ଖେଳୁଥା ଅଗଣା ରେ ମୁଁ ଏହି ସଂଗେ ସଂଗେ ତୋ ମାମୁଁ କୁ କହି ମାଛ ଆଣି ରୋଷେଇ କରିଦେବି ତୁ ଖାଇବୁ ।ଲିନା ଖୁଶି ହୋଇଯାଏ ମାଛ ଭାତ ଖାଇବ ବୋଲି ।ସେ ତା କୁନି ଭାଇ ସହିତ ଅଗଣା ରେ ଖେଳୁଥାଏ ଆଉ ତା ମାମୁଁ ଆସି ଆଇ କହିବା ଅନୁସାରେ ସେଠାରେ ଥିବା ବିରାଟ କୁଣ୍ଡରୁ ଏକ ଜୀବନ୍ତ ମାଛକୁ ଧରି ଆଣି ତଳେପକେଇ ଦେଇ ତା ମୁଣ୍ଡ କୁ ଲିନା ସାମ୍ନା ରେ ଛେଚି ମାରିବାକୁ ଗଲା ବେଳେ ମାଛ ଟି ଛଟ ଛଟ ହେବ ଦେଖି ଲିନା କୁହେ ମାମୁଁ ପ୍ଲଜ ତାକୁ ମାର ନି ତାକୁ କାଟିବ ମାଛ ଟି ବିନା ପାଣି ରେ ଆଳିଜା ହେଇପଡ଼ିଥାଏ ।ମାମୁଁ ତାର କହିଲେ ଆଲୋ ଝିଅ ଆକୁ ମାରିବି ନି ତ ମାଛ ର ଝୋଳ କେମିତି ଖାଇବା ଆମେ ।ଲିନା କେବେ ମାଛ ମରା କି ଧରା ଦେଖି ନଥିଲା ବାପା ତାର ବଜାର ରୁ କଟିକୁଟି ଆଣିଦିଅନ୍ତି ଆଉ ବୋଉ ରୋଷେଇ କଲେ ସେ ଖାଏ ଛୋଟ ପିଲା ଏତେ ସବୁ ଜାଣିନି କଷ୍ଟ ଥରେ ମିସ ତାକୁ ମାରିଥିଲେ ଯେ କେତେ କଟିଥିଲା ତା ବାପା ଙ୍କୁ କହି ସ୍କୁଲ ବଦଳି ଦେଲା । ତାକୁ ତ ମାଡ଼ ଏତେ କାଟୁଛି ଆଉ ମାଛ କୁ ଯଦି ପଥର ରେ ଛେଚି ମରା ଯାଏ କେତେ ରକ୍ତ ଵୋହିବ ତା ମୁଣ୍ଡରୁ ଆଉ ସେ କଷ୍ଟ ପାଇବ ଭାବି କାନ୍ଦିବା କୁ ଲାଗିଲା ସେ ।ତା କାନ୍ଦ ଶୁଣି ଆଇ ତାର ଧାଇଁ ଆସିଲେ ଆଉ ଶୁଣି କହିଲେ ତୁ ପରା ମାଛ ଭାତ ଖାଇବୁ ନ ହେଲେ କୁକୁଡ଼ା ମାଂସ ତରକାରୀ କରିଦେବି ସେ କହିଲା ନାହିଁ ଆଇ ମୁଁ ଆଉ ଏମାନକୁ ଖାଇବିନି ଯାହା ପରିବା ଅଛି ତାକୁ ତରକାରୀ କର ମୁଁ ଖାଇବି । ଲିନା ର ବୋଉ ଶୁଣି ଆଶ୍ଚର୍ଯ୍ୟ ହେଇଗଲେ ଆଉ କହିଲେ ଲିନା ତୁ ଏ କଣ କହୁଛୁ ଘରେ ଯଦି ବାପା ମାଛ କି ଚେକେନ୍ ଆଣି ନ ଥିବେ ତୋର ଖାଇବା ବନ୍ଦ ଆଉ ଏବେ କେମିତି ଖାଇବୁ ।ଲିନା କୁହେ ବୋଉ କହିଲୁ କାହାକୁ ମାରି ଖାଇଲେ ଆମ କୁ କଣ ଭଲଲାଗିବ।ଲିନା ର ବୋଉ କହିଲେ ଭଗବାନ ତ ସୃଷ୍ଟି କରିଛନ୍ତି ଏସବୁ ମଣିଷ ପାଇଁ ତାକୁ ଖାଇପେଟପୁରେ ଇବା ପାଇଁ ।ଲିନା କହିଲା ବୋଉ ଭଗବାନ କହି ନାହାନ୍ତି ଏମାନ କୁ ମାରି ଖାଇବା ପାଇଁ ସେ ତ ନିଜେ ଖାଆନ୍ତି ନାହିଁ ।ଆମ କୁ କାହିଁକି କହିବେ କେତେ ପନିପରିବା ଫଳମୂଳ କାଢ଼ିଛନ୍ତି ଆମ ପାଇଁ ଆଉ ମିସ କହୁଥିଲେ ସେ ସବୁ ଖାଇଲେ ଭଲ। ନିରାମିଷ ଆହାର ମଣିଷ ଦେହ ପାଇଁ ବହୁତ ଉପକାରୀ ଶୀଘ୍ର ହଜମ ବି ହେଇଯାଇ ମୁଁ ଆଉ ମାଛ କି କୁକୁଡ଼ା ଖାଇବିନି ଆଜି ଠାରୁ।ନିଜ ଛୋଟ ଝିଅ ମୁହଁ ରୁ ଏପରି କଥା ଶୁଣି ଲିନା ର ବୋଉ ଭାବୁଥିଲେ ଯିଏ ମାଛ ବିନା ଭାତ ପାଖ ରେ ବସେ ନି ସେ ମାଛ ର କଷ୍ଟ ଦେଖି କହୁଛି ଆଉ ମାଛ ଖାଇବନି । ଲିନା ସେ ଦିନ ଠାରୁ ଆମିଷ ଖାଇବା ପାଇଁ ଆଉ ଜିଦ କରୁନି ବୋଉ ତାର ଯାହା ରାନ୍ଧି ଦିଅ ନ୍ତି ଆତ୍ମତୃପ୍ତି ରେ ଖାଇନି ଏ।ଜେଜେମା ଆଉ ଆଇ ବେଳେ ବେଳେ ଫୋନ କରି ପଚାରିଲେ କୁହେ ମୁଁ ଏବେ କାହାକୁ ମାରିକି ଖାଉ ନି ଭଗବାନ ଯାହା ମଣିଷ ପାଇଁ ସୃଷ୍ଟି କରିଛନ୍ତି ତାକୁଖାଉଛି।


Rate this content
Log in

Similar oriya story from Inspirational