Gitanjali Pujapanda

Abstract Horror Tragedy

3  

Gitanjali Pujapanda

Abstract Horror Tragedy

ଭୂତ ର ଇଛା

ଭୂତ ର ଇଛା

6 mins
200



ସେଦିନ ଭୀଷଣ କୁହୁଡି ହେଇଥାଏ ,ମୋର ଅଫିସରୁ ଆସିବା ଟିକେ ଲେଟ ହେଇଯାଇଥାଏ ଗାଁକୁ ଯିବା ବେଳେ ଦେହ ଶୀତେଇ ଉଠୁଥାଏ ,ଶୀତର ସନ୍ଧ୍ୟା ଟିକେ ଶୀଘ୍ର ହେଇଯାଏ ।ମୁଁ ଡେରିରେ ଘରକୁ ଫେରିବି ବୋଲି ଜାଣି ନ ଥିଲି କାରଣ କିରଣ ମୋ ସାଙ୍ଗ ସେ ହିଁ ମୋର ଡେରି କରି ଦେଲା ଖାଲି କାଫେ କଫିରେ ଗୋଟେ ଟ୍ରିଟ ଦେବାକୁ କହି ଏକ ଛୋଟ ମୋଟ ପାର୍ଟିଟେ ଦେଲା କାରଣ ଥିଲା ତାର ପ୍ରମୋସନ ।ଝିଅ ପିଲା ପୁଣି ସହରରେ ଚାକିରୀ ,ଘରେ ମନା କରିଥିଲେ ମାତ୍ର ମୁଁ ଟିକେ ଜିଦି କରି ଆଜି ମୁଁ ସହରରେ ଏକ ବ୍ୟାଙ୍କରେ ପିଓ ପୋଷ୍ଟରେ ଅଛି ଦଶମ ଶ୍ରେଣୀରେ ପ୍ରଥମ ଆସିଲା ପରେ ବାପା କହିଥିଲେ ତୁ ଯାହା ମାଗିବୁ ତାହା ଦେବି ,ନାନୀ କହିଲା ପ୍ରିୟା ଆଜି ଠାରୁ ଭଲ ପାଠପଢ଼ ନ ହେଲେ ତୁ ଯାହା ଚାହୁଁଛୁ କିଛି ମିଳିବ ନାହିଁ ତତେ ।ମୁଁ ଦିନ ରାତି ଏକ କରି ପାଠପଢାରେ ମନ ଦେଲି ଆଉ ମତେ ମିଳିଲା ମୋ ପରିଶ୍ରମ ଫଳ ପ୍ରଥମ ସ୍ଥାନ ।ସେ ଖୁସିରେ ମୁଁ ତ ପୁରା ଭୁଲି ଯାଇଥିଲି ।ବାପାଙ୍କର ମତେ କିଛି ଦେବାର ପ୍ରତିଶ୍ରୁତିକୁ ମାତ୍ର ନାନୀ କହିଲା ପ୍ରିୟା ଏବେ ଯାହା ମାଗିବୁ ଶୀଘ୍ର ମାଗିଦେ ନ ହେଲେ ମୋ ପରି ଅଳ୍ପ ବୟସରେ ବାହା ହୋଇ କଷ୍ଟ ପାଇବୁ ।

ପ୍ରିୟା ଟିକେ ହସିଦେଇ କହିଲା ଆଜି ବାପା ଖାଇଲା ପରେ ତାଙ୍କୁ ମାଗିଦେବି ବୋଉ ବହୁତ ବଢିଆ ରୋଷେଇ କରିଥିଲା,ଚିଙ୍ଗୁଡ଼ି ମାଛ ଚୁଡୁଚୁଡା ,ମାଛ ବେସର ତା ସହିତ କଙ୍କଡ଼ା ତରକାରୀ ଆଉ ଭାତ ।ପେଟେପଟେ ଖାଇବା ପରେ ଆଉ ପାଣି ଟୋପେ ପିଇବା ପାଇଁ ପେଟରେ ଜାଗା ବି ନ ଥିଲା ବୋଉକୁ କହିଲି ବୋଉ ତୁ ଏତେ ସୁଆଦ ରୋଷେଇ କରିବୁ ଯଦି ମୁଁ ଖାଇ ଖାଇ ମୋଟୀ ହେଇଯିବି ।ବୋଉ କହିଲା ଦୁନିଆଁରେ ତ ପେଟ ପାଇଁ ସବୁ ନାଟ ।ହାତରେ ଟିକେ ପାନ ମାଧୁରୀ ଆଉ ମିଶ୍ରିକୁ ଧରି ଶୋଇବା ଘରକୁ ଗଲା ବେଳେ ଦେହଟା କେମିତି ଶୀତେଇଲା ଭଳି ଲାଗିଲା ,ଶୀତ ରାତି ଭାବି ରୁମକୁ ଚାଲିଗଲି ।ଆମ ଘରର ଦାଣ୍ଡ ପଟଟି ଚାଳ ଛପର ଘର ଆଉ ବାରିପଟ କୋଠା ।ମାତ୍ର ବାପା ସବୁବେଳେ ଦାଣ୍ଡଘରେ ଶୁଅନ୍ତି ଖଟିଆଟିଏ ପକାଇ ସବୁ ଦିନ ରାତିରେ ଗୋଡ଼ମୋଡା ଖାଅନ୍ତି ଆମ ଦୁଇଭଉଣୀ ଦିନେ ଦିନେ ପାଳି କରି ବାପାଙ୍କର ଗୋଡ଼ମୋଡୁ ଆଉ ତା ବଦଳରେ କିଛି କଥା ମଧ୍ୟ ହେଉ ବାପାଙ୍କ ସହିତ  ,।,ନାନୀର ବିବାହ ସରିଥାଏ ତାକୁ ଯେତେବେଳେ ଷୋହଳ ପୁରି ସତର ଚାଲୁଥିଲା ଆଇ କହୁଥିଲା ଝିଅ ପରା ଘିଅ ତେଣୁ ବେଶୀ ଦିନ ତାକୁ ପାଖରେ ରଖିଲେ ସେ ଘିଅ ହୋଇ ତରଳିଯିବ।

କାହା କ୍ଷୁଦାର ତୃଷ୍ଣା ମେଣ୍ଟଟାଏ ,ବାପା ଅଯଥା ଟେନସନ ଚାହୁଁ ନ ଥିଲେ ,ତେଣୁ ନାନୀକୁ ସତର ବେଳକୁ ବିବାହ କରିଦେଲେ,ଯାହା ପ୍ରସ୍ତାବ ମିଳିଲା ସେଥିରୁ ବାଛି ।ଭାଇନା ଜଣେ ଇଂଜିନିୟର ।ମୋଟା ଅଙ୍କର ଯୌତୁକ ମଧ୍ୟ ଦିଆଗଲା ।ନାନୀ ମୋର ଦଶମ ପଡୁଥିବା ବର୍ଷକୁ ତା ବିବାହ ହୋଇଯାଏ ।ଶାଶୁ ଘରକୁ ଏତେ କମ ବୟସରେ ଯାଇ କେତେ କଷ୍ଟ ପାଏ ମାତ୍ର ମୁହଁରେ ହସ ଥାଏ ତାର ।ଦୁଇ ଦୁଇଟି ପିଲାର ମାଆ ସିଏ କୋଡିଏ ନ ପୁରୁଣୁ ,ଜଞ୍ଜାଳର ଜାଲରେ ଛାଟିପିଟି ହୋଇ ବେଳେ ବେଳେ ଆମ ଘରକୁ ଚାଲିଆସେ ।ଆଉ ବୋଉ ନାନୀର ଅଲରା ଚୁଟିକୁ ଦେଖି ଏତେ ସୁନ୍ଦର ଝିଅ ତାର କିପରି ଅବସ୍ଥାରେ ଅଛି ଭାବି ମନ ଦୁଃଖ କରିଲେ କଣ ହେବ ,ନାନୀ ବୋଉକୁ କିଛିକୁହେ ନାହିଁ ଖାଲି ଏତିକି କୁହେ ଝିଅ ବୋଲି ଖାଲି ବିବାହ ତାର କରିଦେଲେ ପିତାମାତାଙ୍କର କାର୍ଯ୍ୟସରିଲା ଭାବି ଝିଅକୁ କମ ବୟସରେ ବିବାହିକ ଜଞ୍ଜାଳ ଭିତରକୁ ଠେଲି ଦେବା କେତେ ଦୂର ଯଥାର୍ଥ ଏସବୁ ଶୁଣିବା ପରେ ବୋଉର ମନ ଦୁଃଖ ହୁଏ ବୋଲି ସେ ଖାଲି କୁହେ ମୋ ପରି ପ୍ରିୟର ଜୀବନ ନଷ୍ଟ କରିବୁନି ବୋଉ ,ପ୍ରିୟାକୁ ଯାହା ହେଲେ ପାଠପଢେଇ ବ ନିଜ ଗୋଡ଼ରେ ଠିଆ ହେଲା ପରେ ବିବାହ କରିବ ।ବୋଉ କହିଲା ବାପା ପରା ତାର ଦଶମ ଶ୍ରେଣୀରେ ପ୍ରଥମ ହେବା ପରେ କହିଲେ ତାକୁ ଉପହାର ଦେବେ ସେ ଯାହା ଚାହିଁବ ।ସେ କଣ ମାଗିଲା ଜାଣୁ ,ସେ କହିଲା ବାପା ମୁଁ ସହରରେ କଲେଜରେ ପଢିବାକୁ ଚାହେଁ କମର୍ସରେ ଆଉ ପଢା ପରେ ଏକ ଚାକିରୀ ତାପରେ ବିବାହ ।ନାନୀ କହିଲା ଭଲ ହେଲା ଯାହା ମୁଁ ଭାବି ଥିଲି ସେ ସେଇ ଆ ହିଁ କଲା।

ନାନୀ ଆଜିକୁ ଦଶ ଦିନ ହେବ ଘରେ ଅଛି,ମୁଁ କିନ୍ତୁ ମୋର ଅଫିସରେ ବହୁତ କାମ ରହୁଛି ବୋଲି ମୁଁ ସହରରେ ଏକ ମେସରେ ଡେରି ହେଲେ ରହିଯାଏ ।ଆଜି କିନ୍ତୁ ନାନୀ ଆଉ ମୋ ଭଣଜା ଭାଣିଜୀଙ୍କର ତାଗିଦି ଯେ , ମାଉସୀ ଆମ ପାଇଁ ସହରରୁ ଖେଳନା ଆଣି ଦେଵ ଆଉ ଘରକୁ ଆସିବ । ଯିବି ତ ନିଶ୍ଚିତ କାରଣ ମାଉସୀ ତ ମାଆ ସମାନ ସେ ତା ପିଲାମାନଙ୍କର କଥା କିପରି ନ ଶୁଣିବ । ଶୀତ ରାତିକୁ ଟିକେ ଡେରି ହେଇଯାଇଥାଏ ,କାରଣ ମୋ ସାଙ୍ଗ କିରଣ ସେଦିନକୁ  ପାର୍ଟିଟିଏ ଦେଇଥିଲା ତା ପ୍ରମୋସନ ଖୁସିରେ ବହୁତ ଚେଷ୍ଟା କରିବା ପରେ ମୁଁ ଅଧାରୁ ସମସ୍ତେଙ୍କର ଅଜାଣତରେ ବାହାରି ଗାଁକୁ ଚାଲିଯିବି ବୋଲି ସ୍ଥିର କଲି କାରଣ କାଲି ସେକେଣ୍ଡ ସେଟର ଡେ ଥିଲା ଆଉ ତା ପରଦିନ ସେଣ୍ଡ ତେଣୁ ଦୁଇ ଦିନ ରହିବାକୁ ମିଳୁଥିଲା ମତେ ଶୁକ୍ରବାର ଦିନ ସନ୍ଧ୍ୟା ସାଢ଼େ ଛଅ ଟାରେ ସ୍କୁଟି ନେଇ ବାହାରି ଗଲି ମୁଁ ମାତ୍ର ପଚିଶ କିମି ସହର ଠାରୁ ।ଘଣ୍ଟେ କି ଦେଢ଼ ଘଂଟା ଠାରୁ କମ ଲାଗିବ ।ଟିକେ ଗାଡିର ସ୍ପୀଡ଼ ବଢ଼େଇ ଦେଲେ ଅତି ଶୀଘ୍ର ପହଞ୍ଚି ଯିବି ଭାବି ମୁଁ କାନରେ ଇଆର ଫୋନ ଦେଇ ଗାଡିଚାଲୁଉ ଥାଏ ।ଗାଡ଼ିରେ ଏବେ ଆଏଲିଙ୍ଗ ହେଇଥିବାରୁ କିଛି ବି ଅସୁବିଧା ନ ଥାଏ ।ରାସ୍ତାର ମିଞ୍ଜିମିଞ୍ଜି ଲାଇଟ ସାଙ୍ଗକୁ କାଁ ଭାଁ ଚା ଦୋକାନ ରାସ୍ତାକୁ ଗହଳିଆ କରୁଥାଏ ହଠାତ କଅଣ ହେଲା କେଜାଣି ଗାଁ ଆଉ ଅଳ୍ପ ଦୂର ଥିଲା ସୁନସାନ ରାସ୍ତାରେ ଗାଡିଟି ମୋର ରହିଯାଏ ।

ଡର ମାଡୁ ଥାଏ ମାତ୍ର ରାତି ସାଢେ଼ ସାତେ ବାଜିଯିବାକୁ ଆଉ ଦଶ ମିନିଟର ରାସ୍ତା ଥାଏ ଗାଁରେ ପହଞ୍ଚିବାକୁ ।ରାତି ଅନ୍ଧକାରରେ ସବୁ ହଜି ଗଲା ଭଳି ମନେ ହେଉଥାଏ ରାସ୍ତାରେ ଆସିଲା ବେଳେ ବୋଉର ଫୋନ କଲ ଥିଲା ପରେ କରିବି ଭାବି ମୁଁ ଆଉ ଫୋନକୁ ଦେଖି ନ ଥିଲି କଣ କରିବି ଭାବି ନିଜକୁ ନର୍ଭସ ଫିଲ କଲି ସବୁବେଳେ ଦିନ ଥାଉ ଥାଉ ମୁଁ ଗାଁକୁ ବାହାରିଯାଏ ଆଉ ଆଜି ସନ୍ଧ୍ୟା ବେଳ ଗଡି ସାତେଟା ଉପରେ ହେଲାଣି ।କଣ କରିବି ଭାବିଲା ବେଳକୁ ଦେହ ହାତ ଥରୁଛି ଏକୁଟିଆ ପୁଣି ରାସ୍ତା ମଝିରେ କେହି କୁଆଡେ ନାହାନ୍ତି ,ଖାଲି ଦୂର ବିଲରେ ଦିକି ଦିକି ହୋଇ ଜଳୁଛି ଏକ ଲିଇଟ ନିଜ ମନରେ ସାହସ ଜୁଟେଇ ସେଠାକୁ ଯିବାକୁ ଭାବିଲି ,ଗାଡିକୁ ଛାଡି ସେଠାକୁ କେମିତି ଯିବି କେହି ଯଦି ଏପଟେ ଆସୁଥାନ୍ତେ ପାଖଆଖ ଗାଁରୁ ତାହେଲେ ସାହାଯ୍ୟ ମାଗିଥାନ୍ତି ମାତ୍ର ଅଧଘଣ୍ଟା ହେବ ଛିଡା ହେଇଛି କେହି ବୋଲି କେହି ନାହାନ୍ତି ଫୋନ କରି ଘରକୁ ଜଣାଇ ବାକୁ ଭାବିଲା ବେଳକୁ ଫୋନରେ ଚାର୍ଜ ବିଲକୁଲ ନାହିଁ ।ହଠାତ ଏକ ତୋଫା ଲାଇଟ ଆସିସାମ୍ନାରେ ଦେଖା ଦିଏ ।ଆଖି ମୋର ସେ ଲାଇଟ ପଡି ବନ୍ଦ ହେଇଯାଏ ଏମିତି ତ ମୁଁ ଭୂତ ପ୍ରେତରେ ବିଶ୍ୱାସ ରଖେ ନାହିଁ ବେଶୀ ନରରୁପି ରାକ୍ଷସକୁ ଭୟ ମୋର ।ଭୂତ ତାକୁ କଣ ଭୟ କରିବି ତାର ତ ଶରୀର ହଁ ନାହିଁ ,ଆଇ ଠାରୁ ପିଲା ଦିନେ ଶୁଣିଥିଲି।ଅନ୍ଧାରରେ ସବୁ ତକ ଭୟ କଥା ମନକୁ ଆସେ ରୋଷେଇ ଘର ହେଉ କିମ୍ବା ଶୋଇବାଘର ଯଦି ଲାଇଟ କଟିଯାଏ ତେବେ ଆଖି ସାମ୍ନାରେ ଭୂତ ପ୍ରେତ ଘୁରି ବୁଲିଲା ପରି ଲାଗନ୍ତି ।ସାହସ ଜୁଟେଇ ଆଖି ଖୋଲିଲା ବେଳେକୁ କୁନି ମାଉସୀ ପଡିଶା ଘରର । କିଟିକିଟି ଅନ୍ଧାରରେ ତମେ କୁଆଡେ କୁନି ମାଉସୀ ,ମନେ ମନେ ଭାବୁ ଥାଏ ଲାଇଟି ଟି କଣ ଥିଲା ,।କୁନି ମାଉସୀ ର ଦେହ ଖରାପ ଥିଲା ମଉସା ଚାଲିଗଲା ପର ଠୁ ।ଯେଉଁଦିନ ବୋଉ ମୋ ଦଶମ ପରୀକ୍ଷା ଖୁଶି ରେ ରାତି ରେ ରୋଷେଇ କରି  ରେ ତାଙ୍କ ଘରକୁ ବେଳେ ବେଳେ ଦିଏ କଙ୍କଡ଼ା ତରକାରୀ ମଉସା ଙ୍କ ପାଇଁ,କାରଣ ମଉସା ଙ୍କୁ ବୋଉ ର ହାତ ରନ୍ଧା ଭଲ ଲାଗେ ମଉସା ଙ୍କର କୁଆଡେ ସେ ରାତି ରେ ହର୍ଟଆଟାକ ହେଇଥିଲା ।ସକାଳୁ ସକାଳୁ ଶବ ପାଖ ରେ କାନ୍ଦୁ ଥିବା ର ଦେଖି ବହୁତ ଦୁଃଖ ଲାଗିଥିଲା ,ସଂଗେ ସଂଗେ କଥାବାର୍ତ୍ତା ଖୁଶି ଗପ କରୁଥିବା ଲୋକ ଟି ଗୋଟେ ରାତି ପରେ ଆଉ ଏ ଦୁନିଆଁ ରେ ନ ଥିଲା ,ରାସ୍ତା ରେ କୁନି ମାଉସୀକୁ ଦେଖି ମୋ ମନ ରେ ଦମ୍ଭ ଆସିଲା ଆଉ ମୁଁ ମୋ ମନ ରୁ ଡର ବାହାର କରି କହିଲି ମାଉସୀ କୁଆଡେ ଏଠି ସେ କିଛି ନକହି ଆଗକୁ ଚଳୁଥିଲେ ମୁଁ ବି ଡେରି ନ କରି ସ୍କୁଟିକୁ ଘୋଷାରି ଘୋଷାରି ଚାଲୁଥାଏ ,ମୁଁ କହିଲି ବୁଝିଲ କୁନି ମାଉସୀ ଆଜି ଭାରି ଡର ଲାଗିଥିଲା ମାତ୍ର ତମେ ଆସିଲାରୁ ଡର କୁଆଡେ ଚାଲିଗଲା ,ସେ କହିଲେ ଆଲୋ ପ୍ରିୟା ତୁ ପୁରୀ ଯାଇଥିଲୁ କି ମୋ ପାଇଁ ମହାପ୍ରସାଦ ଆଣିଛୁ। କେତେ ଦିନ ହେବ ଅପେକ୍ଷା କରିଛି ତତେ ତୁ କହିଥିଲୁ ପରା ଅଫିସ ତରଫାରୁ ପୁରୀ ଯିବୁ ବୋଲି ମୁଁ କହିଲି ହଁ କୁନି ମାଉସୀ ମୁଁ ତ ଗଲି ,କି ସୁନ୍ଦର ଦର୍ଶନ କଲି କାଳିଆକୁ ପେଟ ପୁରା ପୁରି ଗଲା ତୁମ ପାଇଁ ଖଜା ଆଣିଛି ହେଲେ ଆମ ମେସରେ ବୋଧେ ଛାଡି ଦେଇଛି ।କୁନି ମାଉସୀ କହିଲେ ନା ,ମ ତୋ ଗାଡି ଡିକିରେ ଥିବ ଦେଖିଲୁ ଟିକେ ମୁଁ କହିଲି ପରେ ଦେଖିବି ମାଉସୀ ,ଅନ୍ଧାର ହେଇଛି ଭାରି ଘର ପାଖ ହେଇଗଲାଣି ଘରେ ପହଁଚିଲେ ତୁମକୁ ଆଗ ଦେଇଦେବି ଘରକୁ ଯାଇ।କୁନି ମାଉସୀ କିଛି ନ କହି ହଠାତ କୁଆଡେ ଚାଲିଯାଇଥିଲେ ସେତେବେଳେକୁ ଆଉ ମୁଁ ତାଙ୍କୁ ଖୋଜୁଥିଲେ ଚାରିଆଡେ ଆଖି ବୁଲେଇ ।ଗାଁ ମନ୍ଦିର ପାଖରେ କାରଣ ଗାଁ ମନ୍ଦିରକୁ ଲାଗିକି ଆମ ଘର ,ଘରେ ପହଞ୍ଚୁ ପହଁଛୁ ସାଢ଼େ ଆଠେଟା ଗେଟ ଖୋଲିବା ଶବ୍ଦ ଶୁଣି ବୋଉ ବାହାରକୁ ଆସିଲା ,ଆଉ କହିଲା ଏତେ ଡେରି କରିଦେଲୁ ।ମୁଁ କହିଲି ବଡ଼ କଷ୍ଟରେ ଆସିଲି ଗାଡିକୁ ଘୋଷାରି ଘୋଷାରି କୁନି ମାଉସୀ ଘରଟି ଅନ୍ଧାର ଥିଲା ।ବୋଉକୁ ସବୁ କଥା କହିବା ପରେ ବୋଉ କହିଲା କୁନି ମାଉସୀ ଆଜି ସକାଳୁ ଆର ପାରିକୁ ଚାଲିଯାଇଛି ।ଏକଥା ଶୁଣି ମୋର ଆଶ୍ଚର୍ଯ୍ୟର ସୀମା ନ ଥିଲା ।ମୁଁ ତା "ହେଲେ କଣ କୁନି ମାଉସୀର ଭୂତ ସହିତ କଥା ବାର୍ତ୍ତା ହୋଇ ଆସିଲି ହେ ଭଗବାନ ! ମୋର ଆଉ ମନ ଜମା ଲାଗିଲାନି କୁନିମାଉସୀ ଭୂତର ଶେଷ ଇଛା ଥିଲା ମହାପ୍ରସାଦ ଖାଇବାକୁ ।ଯାହା ତା କହିବା ଅନୁସାରେ ମୋ ଗାଡିର ଡିକିରେ ଥିଲା ,ଡିକି ଖୋଲି ଦେଖିଲା ବେଳକୁ ଅଛି ,ମୁଁ କାଢିକି ରଖିବାକୁ ଭୁଲିଯାଇଛି ଆଉ ଭୁଲ ନ କରି କୁନି ମାଉସୀର ଦାଣ୍ଡ ପିଣ୍ଡାରେ ସେଗୁଡିକ ରଖି ଦେଲି ।ଆଉ କ୍ଷମା ମାଗି କହିଲି ମୋର ଭୁଲ ହେଇଯାଇଛି କୁନି ମାଉସୀ ତମେ ବଞ୍ଚିଥିଲା ବେଳେ ଏ ଆଶାଟି ପୂରଣ କରି ପାରିଲିନି ମାତ୍ର ତୁମେ ଭୂତ ହେବା ପରେ ତୁମ ମତେ ଦେଖା ଦେଇ ମନେ ପକେଇ ଦେଇଛ ମନ ବହୁତ ଦୁଃଖ ଲାଗୁଛି ଆଜି ବି ତୁମେ ଆଶା ଅଛି ଟିକେ ମହାପ୍ରସାଦ ପାଇବାକୁ ।କହି ତାଙ୍କ ଦାଣ୍ଡ ଦୁଆର ମୁହଁରେ ରଖି ଦେଇ ଆସିଲି ମୁଣ୍ଡିଆ ମାରି ଆଉ ଭାବୁଥିଲି ମୋ ଗାଡି କଣ ସତରେ ଖରାପ ହେଲା ପଟିକୁଲାର ସେ ଜାଗାରେ ଆଉ କୁନି ମାଉସୀ ନ ଥିଲେ ମୁଁ କେମିତି ସେ ଅନ୍ଧାର ଜଙ୍ଗଲିଆ ରାସ୍ତା ପାର କରିଥାନ୍ତି।

ସମାପ୍ତ


Rate this content
Log in

Similar oriya story from Abstract