STORYMIRROR

Gitanjali Pujapanda

Horror Tragedy

4  

Gitanjali Pujapanda

Horror Tragedy

ପ୍ରେତଲୋକ କୁ ରାସ୍ତା

ପ୍ରେତଲୋକ କୁ ରାସ୍ତା

4 mins
330


ଶ୍ରୀ ର ମର ଶରୀର ଘର ର ବାରଣ୍ଡା ରେ ନିର୍ଜୀବ ହୋଇପଡିଛି ଇତସ୍ତତଃ ହୋଇ l ବାଳ ଗୁଡିକ ମୁହଁ ରେ ଆଲୁବାଲୁ ହୋଇ ପଡିଛି ଯେମିତି କେହି ନାହାନ୍ତି ତା ମୁହଁ ରୁ ବାଳଗୁଡିକ ବାହାର କରିବାକୁ l ହଁ ଜୀବିତ ଲୋକ ଙ୍କୁ ତ ଏଠି କିଏ ପଚାରୁ ନାହାନ୍ତି ପଛେ ଗୋଟେ ଶବ କୁ କିଏ ଏତେ ଯତ୍ନ କରିବ ।

ଶ୍ରୀ ର ଆତ୍ମ ସବୁ ଦେଖି ଦୂର ରୁ ହସୁଛି ଆଉ ମନଦୁଃଖ ମଧ୍ୟ କରୁଛି, ତା ସହିତ ଅଛନ୍ତି ତା ପଡୋଶୀ ଘର ମୀରା ନାନୀ ! ମୀରା ନାନୀ ଭାରି ଭଲ ଶ୍ରୀ ଯେତେବେଳେ ସୁଜିତ କୁ ବାହା ହୋଇ ଶାଶୁଘର କୁ ଆସିଥିଲା, ସେତେବେଳେ ବହୁତ ସାହାଯ୍ୟ କରିଛନ୍ତି ସେ ତାକୁ ଗୋଟେ ବଡ଼ ଭଉଣୀ ପରି ।ମାତ୍ର ତାଙ୍କ ନିଜ ଜୀବନ ରେ ଏତେ ଝଡ଼ ଥିଲା ଯେ ତାଙ୍କୁ ସେ ଅକାଳ ରେ ଘରରୂପୀ ଯମଦୁଆର ରୁ ଏବେ ପ୍ରେତ ଲୋକ ରେ ପହଞ୍ଚି ଯାଇଥିଲେ ସେ । ସମସ୍ତେ କୁହନ୍ତି ସେ କୁଆଡେ ରାତି ରେ ତାଙ୍କ ଘର ବାଡ଼ିପଟ କୁ ଆସୁଥିଲେ ସନିଆ କୁଆଡେ ତାଙ୍କ ଛାଇ କୁ ବାଡ଼ିପଟେ ଦିନ ଦୁଇ ପ୍ରହରର ଦେଖି କି ଆସି ଦୁଇ ଦିନ ଭିତରେ ରକ୍ତବାନ୍ତି କରି ମରିଗଲା ଗାଁ ଲୋକ କହିଲେ ।ଶ୍ରୀ କୁ ତ କେବେ ଦେଖା ଦିଅନ୍ତିନି ମୀରା ନାନୀ ଯେତେ ଡାକିଲେ ବି ଆସନ୍ତି ତା ପାଖ କୁ ସୁଜିତ ସହର ରେ ରହି କାମକରି ଘର କୁ ପଇସା ପଠାଇ ଦିଏ । ବେଳେବେଳେ କାମ ରୁ ଫୁରସତ ମିଳିଲେ ଘର କୁ ଆସି ନିଜ ପରିବାର ସହିତ ସମୟ ବିତାଇବା ତ ଦୂର କଥା ସାଙ୍ଗ ସାଥି ତାର ଯାହା ମୋବାଇଲ ଫୋନ, ସତେ ଯେମିତି ଭାଇ ବନ୍ଧୁ ବାପମାଆ ଓ ତା ସହିତ ସ୍ତ୍ରୀ ମଧ୍ୟ । ଶ୍ରୀ ଅଭିଯୋଗ ରେ ତା ଶାଶୁ ଶଶୁର ମଧ୍ୟ ତା ସାଥ ଦିଅନ୍ତି । ମଣିଷ କଣ ଏତେ ତୁଚ୍ଛ ହେଇଗଲେଣି ଯେ ତା ଜାଗା ଏବେ ମୋବାଇଲ ନେଇ ଯାଇଛି । ସୁଜିତ ବିରକ୍ତି ପ୍ରକାଶ କରି କୁହେ ଏତେ ଝିକଝିକ ହେଲେ ମୁଁ ଆଉ ଗାଁ କୁ ଆସିବିନି ,ସ୍ୱାମୀ ବିନା ଏତେ ଦିନ ରହିବା ପରେ ଶ୍ରୀ ସ୍ୱାମୀ କୁ ପାଇବା ପାଇଁ ଅଧିର ହେଲା ବେଳେ ସୁଜିତ ମୋବାଇଲ ଭିତରେ ପଶିଯିବା ଶ୍ରୀ କୁ ହଜମ ହୁଏ ନି ,ତେଣୁ ସେ କୁହେ ମୁଁ ତୁମ ପାଇଁ କିଛି ନୁହେଁ ନା, ସ୍ତ୍ରୀ ହେଇ ଆସିଲା ଦିନୁ ଆମ ଭିତରେ ପ୍ରେମ ତ ଦୂର କଥା ସେହ୍ନ ବି ଟିକେ ନାହିଁ, ମୀରା ନାନୀ କୁ ସେ ତା ମନ କଥା କୁହେ । ମୀରା ନାନୀ ଏ ସ୍ୱାମୀ ମାନେ କଣ ଏମିତି ସେହ୍ନ ଶ୍ରଦ୍ଧା ବୋଲି ତାଙ୍କର ଖାଲି ରାତି ର ଅନ୍ଧାର କୋଠରୀ ରେ ଆରମ୍ଭ ଆଉ ସେହି କୋଠରୀ ରେ ଶେଷ, ସେଠି ବି ମୋବାଇଲ କବ୍ଜା କରେ ମୋ ଅଧିକାର କୁ ସେ ବି ପାଖ ରେ ସୁଏ ତାଙ୍କର ରାତି ଗୋଟିକ ଖିଲି କ୍ଲଙ୍ଗ କ୍ଳଙ୍ଗ ଶବ୍ଦ ରେ ଶାନ୍ତି ନ ଥାଏ କହିଲେ କହିବେ ମେସେଜ ଆସୁଛି ବୁଝିଲ ନାନୀ ଏ ଜୀବନ ରେ ଆଉ କିଛି ବି ନାହିଁ । ଭଲ ଲାଗୁନି ଆଉ ବଞ୍ଚିବାକୁ ଖାଇବାକୁ ମୁଠେ ପେଟ କୁ ପିନ୍ଧିବାକୁ ଖଣ୍ଡେ ଦେହ କୁ, ଆଉ ରହିବା କୁ ମୁଣ୍ଡ ଉପରେ ଚାଳ ଛପର ଖଣ୍ଡେ ହେଇଗଲେ କଣ ଜୀବନ ରେ ଶାନ୍ତି ଆସେ । ସେହ୍ନ ,ଶ୍ରଦ୍ଧା ଭଲପାଇବା ନ ଥିଲେ ଏ ସମ୍ପର୍କ ମୃତ୍ୟୁ ସହିତ ସମାନ ମରିଗଲା ପରେ କିଏ ଦେଖୁଛି ଆମେ କଣ ଖାଉଛୁ କୋଉଠି ରହୁଛି, ମରିଗଲା ପରେ ପରା ଏ ଦେହ ଅସୁଧ୍ୟ୍ୟ ଛୁଇଁ ଲେ ଛୁଆଁ ।ରାତି ପରେ ରାତି ଦିନ ପରେ ଦିନ ବିତିଯାଉଛି ଏଇ ଦେଖୁଁନ ଦୁଇ ବର୍ଷ ବିତିଗଲା ଏମିତି ନା ପିଲା ଟି କୋଳ କୁ ଆସିଲା ନ ଜୀବନ ରେ ସେହ୍ନ ଆଉ ପ୍ରେମ ର ସୂତ୍ର ବନ୍ଧା ହେଲା ଖାଲି ସୁଜିତ ଙ୍କର ସ୍ତ୍ରୀ ହିସାବ ରେ ଗାଁରେ ସମସ୍ତେ ଜାଣନ୍ତି ମତେ । ହେଲେ ସେ ସ୍ତ୍ରୀ ପ୍ରକୃତ ସୁଖ ସମ୍ମାନ ରୁ ବଞ୍ଚିତ ଏଠି ମତେ ଦେଖୁଛ ଆଉ ଏବେ ତୁମେ ମାଡ଼ ଗାଳି ଖାଇ ପଡିକି ଅଛ ଘରେ ରାଧିଆ ଭାଇ କୁ ତ ଗୁଣିଗାରିଡି କରି ତୁମ ସଂଗେ ଅପଡ଼ କଲା ପରେ ବଡ଼ ଭଉଣୀ ଉଷା ନାନୀ ବସେଇ ଦେଲା ତା ପୁଅ କୁ ଉତ୍ତରାଧିକାରୀ କରି ଜମିଜମା ସବୁ ଦେଲା ଖାଲି ତମ କୋଳ ରେ ପୁଅ ଟିଏ ନ ଥିଲା ବୋଲି ସିନା ।ଏତେ ବାଦ ଛେଦ ଅହଂମଃ ଭାରି ରହିଛି ଏ ଦୁନିଆଁ ରେ ଏଠି ସାଧାରଣ ମଣିଷ ଟିଏ ବଞ୍ଚିବା ମୁସକିଲି । ଦେଖୁଁ ନ ମୋ ଶବ ସକାଳୁ ପଡ଼ିଲାଣି ଆସି ଦୁଇ ପ୍ରହାର ହେଲାଣି ଯାହା ର ଏତେ ସେବା ସୃଶ୍ରୁଷା କରିଥିଲି, ନିଜ ର ବୋଲି ଭାବିଥିଲି କିଏ ନିଆଁ ଦେବ ମୋ ମୁହଁ ରେ ଆଜି ତାକୁ ଅପେକ୍ଷା । ମୀରା ଦୂର ରେ ଏକ ପ୍ରେତ ହୋଇ ଛିଡା ହୋଇ ଶ୍ରୀ ର ପ୍ରେତକୁ କହୁଥିଲା ମତେ ତ ମୋ ନିଜ ଲୋକ ପ୍ରେତ ଲୋକ କୁ ରାସ୍ତା ଦେଖେଇ ଦେଲେ ।ତତେ କିଏ ଦେଖେଇଲା ମତେ ସିନା ବିଷ ଦେଇ ଠେଲି ଦେଲା ଆଉ ମୋ ମୁଣ୍ଡ ଟି ଅଗଣା ରେ ପଡିଥିବା ପଥର ରେ ମାଡ଼ ହୋଇ ପ୍ରଚୁର ରକ୍ତ ସ୍ରାବ ରେ ମୋର ମୃତ୍ୟୁ ହେଲା ହେଲେ ତୁ କାହିଁକି ଏ ରାସ୍ତା ରେ ଆସିଲୁ ଶ୍ରୀ ।

ଶ୍ରୀ ର ଉଜ୍ଜ୍ୱଳ ଛେଇଟି ଆଉଜି ପଡ଼ିଲା ତା ଅତି ଆପଣା ର ମୀରା ନାନୀ ଉପରେ କଇଁକଇଁ ହୋଇ କାନ୍ଦି କହିଲା ଦେଖୁଛ ନାନୀ ମୋ ଶବ କୁ ,ଆଜି ସେ ଅପେକ୍ଷା କରିଛି

ଟିକେ ସ୍ନେହ ର ସମ୍ପର୍କ କୁ ଖାଲି ନାଁ କୁ ମାତ୍ର ସମ୍ପର୍କ ରେ ମଣିଷ ବଞ୍ଚିପାରେନି ତା ପାଇଁ ଏକ ସେହ୍ନ ର ଡୋରି ଦରକାର ଯାହା ମତେ ମୋ ପରିବାର ଠାରୁ ମିଳି ନ ଥିଲା ମୋ ତିନି ଦିନ ଦେହ ଖରାପ ରେ ମଧ୍ୟ ମୁଁ ଏମାନଙ୍କର ସେବା କରୁଥିଲି ମାତ୍ର ଆଜି ସେମାନଙ୍କ ପାଇଁ ମୁଁ ପ୍ରେତ ଲୋକ ର ରାସ୍ତା ରେ ନିଜ କୁ ପାଇଲି ।

ଯଦି ମୁଁ ନିଜେ ପାଇଁ ବଞ୍ଚି ନିଜ ର ଯତ୍ନ କରିଥାନ୍ତି ତା ହେଲେ ମୁଁ ଏଠିକି ଆସି ନ ଥାନ୍ତି ଏ ରାସ୍ତା ରେ ଆସିବା ନିଜ ଲୋକ ହିଁ ଦାଇ ହୁଅନ୍ତି ତା ଛଡା ମୋ ଜୀବନ ରେ ମୁଁ କଣ ପାଇଲି ଘର ସଂସାର କରି ସେହ୍ନ ଟିକକ ତ ଦୂର କଥା ମୁହଁ ରେ ହସ ଟିକିଏ ପାଇବା ମୁସ୍କିଲ ଯାହା ପାଇଁ ବଞ୍ଚୁଥିଲି ସେ ଯଦି ତୁମ କୁ ହେୟଜ୍ଞାନ କରେ ତା ହେଲେ ପ୍ରତ୍ୟକ ମଣିଷ ବୋଧେ ଏଠି ମିଳେ ସେହି ପ୍ରେତଲୋକ ର ରାସ୍ତା ରେ ଏକ ନୂଆ ଦୁନିଆଁ ରେ । କହି ଶ୍ରୀ ଆଖିରେ ବୋହି ଯାଉଥିବା ଦୁଇ ଧର ଲୁହ କୁ ମୀରା ଅତି ଆପଣା ହୋଇ ପୋଛି ଦେଉଥିଲା ପ୍ରେତଲୋକ ର ରାସ୍ତାରେ ।


Rate this content
Log in

Similar oriya story from Horror