Gitanjali Pujapanda

Tragedy

3  

Gitanjali Pujapanda

Tragedy

ଅଲିଭା ଅଭିଳାଷ

ଅଲିଭା ଅଭିଳାଷ

4 mins
147



ଚାଷ ବିଲରେ ଚଷାପୁଅଟିଏ ନୀଳ ଆକାଶରେ ଉଡୁଥିବା ଉଡାଜାହାଜକୁ ଏକ ଲୟରେ ଚାହିଁଥାଏ । ପାଖରେ ଥିବା ବୋଉକୁ କହୁଥାଏ ,ବୋଉ ଦେଖ ଦେଖ କେମିତି ଉଡାଜାହାଜଟା ଉଡୁଛି,କିଏ ତାକୁ ଉଡାଉଛି ତା ଭିତରେ କିଏ ସବୁ ବସିଛନ୍ତି ।ତାକୁ ଦେଖିଲେ ଇଚ୍ଛା ହେଉଛି ମୋର ଦୁଇଟି ତା'ପରି ପରଥାନ୍ତା ଆଉ ମୁଁ ଆକାଶରେ ଉଡିଯାନ୍ତି,ଏ ମାଟି କାଦୁଅରେ ଧାନଗଛ ଆଉ ପୋତିବାକୁ ମନ ହେଉନି !! ବୋଉ ତୁ ଶୁଣୁଛୁଟି ନା ତୋ କାମରେ ଲାଗିଛୁ ।ଶୁଣେ ଟିକେ ମୋ କଥା !! ସାତବର୍ଷର କୁନି ପୁଅର ବୋଉ ଡାକରେ ଅନ୍ୟମନସ୍କ ଥିବାରେଖା ନିଜକୁ ଅନ୍ୟମନସ୍କତାରୁ ବାହାରୁକୁ ଆଣି କହିଲେ ,କଣ କହୁଛୁ ସବୁଦିନ ଉଡାଜାହାଜ ଦେଖୁଛୁ ସେହି କଥା ସବୁଦିନ କହୁଛୁ ତୁ। ଆମ ତ ଗରିବ ଲୋକ ସେ ସ୍ବପ୍ନ ଆମ ଆଖିକୁ କଣ ମାନୁଛି ପର ବିଲରେ କାମ କରୁ କରୁ ଦୁଇ ପଇସା ରୋଜଗାରରେ ଦିନ ଯାଉଛି ଆଉ ତା ଦେହରେ ତୋର ଉଚ୍ଚା ଉଚ୍ଚା ସ୍ବପ୍ନ ମାନ କଣ ସତ ହେବ ।ରେଖା କଥା ଶୁଣି କୁନିପୁଅ ସୋନୁ କହିଲା ସ୍କୁଲ ସାର କହୁଥିଲେ ସ୍ବପ୍ନ ଯଦି ଉଚ୍ଚା ଉଚ୍ଚା ବଡ଼ ବଡ଼ ନ ଦେଖିବ ତାହେଲେ ତାକୁ ପୂର୍ଣ୍ଣ କରିବାକୁ ସେମିତି ପରିଶ୍ରମ କରିବାକୁ ପଡିବ ।ବୋଉ ଦେଖିବୁ ମୁଁ ଦିନେ ତତେ ଏ ଉଡାଜହାଜକୁ ଚଲେଇକି ଦେଖେଇ ବି ।ରେଖା ହଁ ହଁ ଚାଲ ଚାଲ ବେଳ ଉଛୁର ହେଲାଣି ,ତେଣେ ବାପା ମୂଲଲାଗି ସହରରୁ ଫେରୁଥିବେ ଆଜି ପରା କଣ କି ବାପା ଆସିବେ ସେ ତ ମାସକୁ ଥରେ ଆସନ୍ତି ଦୁଇଦିନ ରହି ଚାଲିଯାନ୍ତି ।ମତେ ଭାରି ରାଗ ଲାଗେ ତାଙ୍କ ଉପରେ ସେମିତି କଣ କୁହନ୍ତି ବାପାଙ୍କୁ ତାଙ୍କୁ କହୁନୁ ଏଠି ଆମ ସହିତ ରହିବେ ।ସେ ଆର ଥର ଆସିଥିଲେ,ମୁଁ ଯେତେ ମନା କଲି ଯାଅନି କହିଲି ମତେ ଠକିଦେଇ ଶୋଇବା ଅବସ୍ଥାରେ ଚାଲିଗଲେ, ରୁନୁ ଆଉ ମୁଁ ସକାଳୁ ଉଠି ଦେଖିଲା ବେଳକୁ ବାପା ନାହାନ୍ତି ଘରେ ଦାଣ୍ଡଠାରୁ ବାଡି ପର୍ଯ୍ୟନ୍ତ ଆମେ ଦୁହେଁ କେତେ ଖୋଜିଛୁ ତାଙ୍କୁ ।କାଲି ଆସିଲେ ଆମେ ତାଙ୍କ ସହିତ ଯିବୁ ମୁଁ ଆର ଥରକ କହିଥିଲି ସେ ଆମ ତିନି ଜଣଙ୍କୁ ନେଇ ସହରକୁ ଯିବେ ବୋଲି ସେ ମତେ ହଁ ମାରିଥିଲେ ମୁଁ ଯାଉଛି ମୋର ସବୁ ଜିନିଷ ବ୍ୟାଗରେ ରଖିଦେବି ବାପା ଆସିଲେ ତାଙ୍କ ସଂଗେ ଯିବି ସହରରେ ପଢିଲେ ସିନା ଉଡାଜାହାଜ ଚଲେଇବି !!ରେଖା ପୁଅରେ କଥା ଶୁଣି ହସିବେ କି କାନ୍ଦିବେ କିଛି ବୁଝିପାରୁ ନ ଥିଲେ ।ସଉଦା ଦୋକାନରେ ବାକି ସୋନୁର ବାପା ଯାହା ପଇସା ଦେଇଥିଲେ ସବୁ ପନ୍ଦର ଦିନ ଭିତରେ ସରିଯାଇ ଆହୁରି ବାକିରେ ଆଣି ତିନି ପ୍ରାଣୀ ଚଳୁଥିଲେ ମାସେରେ ଆସିବା ତାରିଖ କାଲି ପଡୁଛି ଆସିବେ କି ନ ଆସିବେ କିଛି କହି ନାହାନ୍ତି ମୋବାଇଲ ଫୋନଟେ ଥିଲେ ସିନା ଫୋନ କରିଥାନ୍ତା ଏ ପିଲା ମାନେ ବହୁତ କଷ୍ଟରେ ଆଣିଥିବା ସେକେଣ୍ଡହ୍ୟାଣ୍ଡ ମୋବାଇଲଟିକୁ କଥା ହେଉ ହେଉ ଛଡାଛାଡି ହୋଇ ପାଣିରେ ଗଳେଇଦେଲେ ଯେ ଆଉ ସେଟା ଅନ ହେଉନି ଯେତେ ବେଳେ କଥା ହେବାକୁ ଇଛା ହେଇଛି ସୋନୁର ବାପା ସହ ମନ ମାରି ରହିବାକୁ ପଡୁଛି ।କେଜାଣି ଆମ ସ୍ୱାମୀ ସ୍ତ୍ରୀ ଭିତରେ ଆଉ କେତେ ଦିନ ଏମିତି ବିଚ୍ଛେଦ ଅଛି ।ତିନି ଦିନ ହେବ ଫୋନ କରିନାହାନ୍ତି ଭାବୁ ଭାବୁ ସୋନୁର ସାଙ୍ଗ କାଳିଆ ଆସି କହିଲା, ରେଖା ମାଉସୀ ମଉସା ଫୋନ କରିଛନ୍ତି ଟିକି ଭାଇ ଦୋକାନର ଲ୍ୟାଣ୍ଡଫୋନକୁ ।ରେଖା ଗାଁର ଠାକୁରାଣୀକୁ ମୁଣ୍ଡିଆ ମାରି ସୋନୁକୁ କହିଲା, ଚାଲ ଏତେ ବକବକ ହୁଅନା ବାପା ଫୋନ କଲେଣି କହି ମାଆ ପୁଅ ଦୁହେଁ ଖୁସିରେ ଟିକି ଭାଇର ତେଜରାତି ଦୋକାନକୁ ଦୌଡ଼ିଦୌଡ଼ି ବାହାରିଲେ ।ସୋନୁର ଦୌଡା ଦେଖି ରେଖା କହୁଥାଏ ଧୀରେ ଧୀରେ ଦୌଡ଼ ହିଡରେ ଗୋଡ଼ ପଡିଯିବ ଓ ଦାବନମାଟିରେ ପାଦ ଖସିଯିବ ତୋର ।ସୋନୁ ଶୁଣି ମଧ୍ୟ ଶୁଣୁ ନ ଥାଏ ବାପାଙ୍କ ସହିତ କଥା ହେବା ପାଇଁ ଏକ ମୁହାଁ ହୋଇ ଦୌଡୁଥାଏ ଟିକି ଭାଇ ଦୋକାନକୁ ।


ଶେଷରେ ପହଁଚିଯାଏ ଦୋକାନକୁ ତାକୁ ଧଇଁସଇଁ ହୋଇ ଆସିବା ଦେଖି ଟିକିଭାଇ ଦୋକାନରେ କାମ କରୁଥିବା ସାନିଆ କୁହେ ହଇରେ ଟୋକା ଏମିତି ଧଇଁସଇଁ ହୋଇ କୁଆଡେ ମାଡ଼ିଆସୁଛୁ ।


ସୋନୁ କୁହେ ବାପା ପରା ଫୋନ କରିଥିଲେ,ହଁ ତୋ ବାପା ଫୋନ କରିଥିଲେ ହେଲେ କାଟିଦେଲେ ତୁମେ ମାଆ ପୁଅ ଆସିବାକୁ ଏତେ ଡେରି କଲ ।ସେ କାଟିଦେଲେ ।ଆଉ କଣ ଏତେ ସମୟ ରଖିଥାନ୍ତେ,ସୋନୁର ଏସବୁ କଥା ଶୁଣି ମନଦୁଃଖ ହୋଇଗଲା ଆଉ ସେ କହିଲା ମୁଁ ତ ଦୌଡ଼ି ଦୌଡ଼ି ଆସିଛି ବାପାଙ୍କୁ କହିଲନି ଏ କଥା ,ଆମେ କଣ ଜାଣିଛୁ ତୁ ଦୌଡ଼ି କି ଆସୁଛୁ କି ଘୋଡା ଗାଡିରେ ଆସୁଛୁ ।ତୋ ବାପାକୁ କେମିତି କହିବୁ ।ସୋନୁର ମନଟା ମରିଯାଏ ସେ ତା ବୋଉକୁ କୁହେ, ବାପା ଫୋନ କାଟିଦେଲେ ଆଉ ଫୋନ କରିବେ କି ନ କରିବେ କେଜାଣି ।ରେଖା କହିଲେ ହଉ ଚାଲେ ରୁନୁ ଦିଦିସ୍କୁଲରୁ ଆସିବଣି ଆମକୁ ଘରେ ନ ପାଇ ବ୍ୟସ୍ତ ହେଉ ଥିବ ।ବାପା ଯଦି ଫୋନ କରିବା କଥା ସେ ଆଉ ଥରେ ଫୋନ କରିବେ ।


ସୋନୁ ଦୁଃଖୀ ମନରେ ସେଠାରୁ ଚାଲିଗଲା ।ମାଆପୁଅ ଝିଅ ଖାଇପିଇ ଶୋଇବାକୁ ବାହାରିଲା ବେଳକୁ ହଠାତ ଦୁଆର ଖଡ଼ଖଡ଼ ହେଲା ସୋନୁ କହିଲା ବୋଉ କିଏ ଗୋଟେ ଦାଣ୍ଡ ଦୁଆରେ ଡାକୁଛି ।ରେଖା ପୁଅକୁ ତାଗିଦି କରି କହିଲେ,ତତେ ତ ସବୁ ଶୁଭୁଛି ଯା ଶୋଇବୁ ନ ହେଲେ ପାଠ ଯାହା ସ୍କୁଲରେ ଦିଆହେଇଛି ତାକୁ କରିବୁ ।ସୋନୁ କହିଲା ସେ କାମ ତୁ ନ କହିଲା ପୂର୍ବରୁ ସାରିଦେଇଛି ,ରୁନୁଦିଦି କେତେବେଳୁ ଶୋଇ ପଡ଼ିଲାଣି ତୋ ଆଖିକୁ ନିଦ ନାହିଁ ଆଉ ଥରେ ଦୁଆର ଖଡ଼ଖଡ଼ ହେଲା ବୋଉ ତୁ ଯା ଦେଖିବୁ କାଳେ ବାପା ଆସିଥିବେ ।


ରେଖା କହିଲେ ହଉ ତୋ କଥାରେ ଯାଉଛି , କାହିଁ ମନକୁ ତ ଲାଗୁନି ସୋନୁର ବାପା ଆସିଛନ୍ତି ଵୋଲି ଯାଏ କିଏ ଜଣେ ଡାକୁଛି ଦେଖେ କହି ରେଖା ଦୁଆର ଖୋଲି ଦେଖିଲେ ନୟନ ଭାଇ ତୁମେ ଏତେ ରାତିରେ ସହରରେ ସବୁ ଠିକ ଅଛିତ ! ଏଇ କାହିଁକି ଏତେ ଦିନ ହେବ ଆସିନାହାନ୍ତି ଭାଉଜ ତମେ ପିଲାକୁ ନେଇ କି ଶୀଘ୍ର ଆସ କାଲି ଠାରୁ ଏକ ସିଭିୟର ଆକ୍ସିଡେଣ୍ଟରେ ନିର ଭାଇ ଆଇ ସି ଉ ରେ!!ଡାକ୍ତର କାଲିକୁ ସମୟ ଦେଇଛନ୍ତି ମୁଁ ସମସ୍ତେଙ୍କୁ ନେବାକୁ ଆସିଛି ରେଖା କାନକୁ ଯେମିତି କିଛି ଶୁଭୁ ନ ଥିଲା ଆକାଶଟା ଯେମିତି ତା ଉପରେ ଆଜି ଗଳିପଡିଛି, କାବା କାଠ ହୋଇ ସେ ଠିଆ ହୋଇଛି ସେଠି କଣ ସବୁ ଭଗବାନ କରିଦେଲେ ପିଲା ମାନେ ନିଜସ୍ବପ୍ନର ଉଡାଣ ଦେବା ପୂର୍ଵରୁ ଆକାଶଟା ତାଙ୍କ ଉପରେ ଛିଣ୍ଡିଗଲା । ତାର ସୁନାର ସଂସାରଟା ଆଜି ତାସଘର ପରି ଭାଙ୍ଗି ଯାଇଛି । ଅଲିଭା ଅଭିଳାଷ ବାପ ବିନା ପୁଅ କଣ ପୂର୍ଣ୍ଣ କରିପାରିବ।କିଏ ଦେବ ତାଙ୍କୁ ସାହାର ଭରସା ବିଶ୍ୱାସର ଏକ ଉଡାଣ ଯାହାର ପର କାଟିଦେଇଛନ୍ତି ଭଗବାନ ଏମିତି ଗୋଟେ ଖବର ଦେଇ ସେ ସତ୍ୟକୁ ବିଶ୍ୱାସ କରିପାରୁନଥିଲା ନୟନ ଭାଇର ଆଖି ଦୁଇଟିରୁ ସବୁ କଥା କହୁ କହୁ ଯେମିତି ଲୁହର ଝଡ଼ ଚାଲି ଆସିଥିଲେ ଦୁଇ ପିଲାଙ୍କୁ ଦେଖି ସେ କହିଥିଲେ କିଏ ହେବ ଏ ପିଲା ମାନଙ୍କର ଜୀଵନର ଡଙ୍ଗା କିଏ ପୂରଣ କରିବ ତାଙ୍କ ଆଖିର ଅଲିଭା ଅଭିଳାଷ।





Rate this content
Log in

Similar oriya story from Tragedy